କଥା ଦେଇ କଥା ରଖି ନ ଥିଲେ ପୂର୍ବ ସରକାର, ଆମ ସରକାର ଆସୁ ଆସୁ…

ଭୁବନେଶ୍ୱର,୧୪ା୧୧: ପୂର୍ବ ବିଜେଡି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାରଙ୍କୁ ମୋହନ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖି ନ ଥିଲେ।

ସୋହେଲାରେ କହିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ୍‌ ଦେବେ, କିନ୍ତୁ ଦେଲେନି। ବରଂ ଚାଷୀ ଆତ୍ମହତ୍ୟା ଦେଖା ଦେଇଥିଲା। କିନ୍ତୁ ଆମ ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ। କ୍ବିଣ୍ଟାଲ ପିଛା ବୋନସ୍‌ ୮୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲାପାଳମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି।
ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ରେ ବରଗଡ ଜିଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ  ଆରମ୍ଭ ହେବ।  ୨୨ ତାରିଖରେ ସମ୍ବଲପୁର ଏବଂ  ପରେ ରାଜ୍ୟର ସବୁ ଜିଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।  ନଭେମ୍ବର ୨୦ରୁ  ଡିସେମ୍ବର ୭ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ।
ଡିସେମ୍ବର  ୮ ରେ ବରଗଡ ଜିଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। ଡିସେମ୍ବର ୮ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି।
ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ଟୋକନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲାପାଳମାନେ ଚାହିଁଲେ ଟୋକନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନି କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri