ଦିଓ୍ବାଲୀରେ ସତର୍କ ରୁହନ୍ତୁ ଡାଇବେଟିସ ରୋଗୀ, ଏହିସବୁ ଖାଦ୍ୟର ନେଇପାରିବେ ମଜା

ଡାଇବେଟିସରେ ରୋଗୀଙ୍କୁ ସବୁବେଳେ ହେଲଦି ଖାଇବା ସହ ଡାଏଟ କଣ୍ଟ୍ରୋଲ କରିବା ପାଇଁ କୁହାଯାଇଥାଏ। ତେବେ ଆଗକୁ ଦିଓ୍ବାଲୀ ଆସୁଥସିବାବେଳେ ଘରେ ଘରେ ବିଭିନ୍ନ ଖାଦ୍ୟପେୟର ଆୟୋଜନ ହେବା ସହ ମିଠା ମଧ୍ୟ ପ୍ରସ୍ତୁତ ହେବ। ଘରକୁ ଆସୁଥିବା ଅତିଥି ବହୁ ଗିଫ୍ଟ ସହ ମିଠା ମଧ୍ୟ ଆଣିବେ। ଏତେସବୁ ମିଠା ଦେଖି ଡାଇବେଟିସ ରୋଗୀଙ୍କୁ ଲୋଭ ଲାଗୁଥିଲେ ମଧ୍ୟ ଡାକ୍ତର ଓ ପରିବାରର ବାରଣ ପାଇଁ ସେମାନଙ୍କୁ ନିରାଶ ହେବାକୁ ପଡିପାରେ। ଲୋଭ ସମ୍ଭାଳି ନ ପାରି ଖାଇଦେଲେ ବ୍ଲଡ ସୁଗାର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏତେ ସବୁ ଭିତରେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଡାଇବେଟିସ ରୋଗୀ ବି ଦିଓ୍ବାଲୀର ବିଭିନ୍ନ ପ୍ରକାର ଖାଦ୍ୟପେୟର ମଜା ଉଠାଇ ପାରିବେ।
-ଦିନ ଭିତରେ କଣ ଖାଇବେ କଣ ନ ଖାଇବେ ଟେନଶନ ନ ନେଇ ବ୍ରେକଫାଷ୍ଟ ଭଲ ଭାବରେ କରନ୍ତୁ। ଡାଇବେଟିସ ରୋଗୀ ମର୍ଣ୍ଣିଂ ଡାଏଟରେ ଫଳ ଓ ସବୁଜ ପନିପରିବା ଖାଇପାରିବେ। ଗ୍ଲାଇସୋମିକ ଇଣ୍ଡେକ୍ସ କମ୍‌ ଥିବା ଏବଂ ରକ୍ତ ଶର୍କରା ବଢିବାର ଆଶଙ୍କା ନ ଥିବା ଫଳଗୁଡିକୁ ଚୟନ କରନ୍ତୁ। ଏପରି ଖାଦ୍ୟ ଖାଇଲେ ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିବ।
-ଡେ ଟୁଡେ ଲାଇଫରେ ଡାକ୍ତରଙ୍କ ପ୍ରେସକାଇବ ଡେଲି ରୁଟିନକୁ ହେଳା କରନ୍ତୁ ନାହିଁ। ପ୍ରତିଦିନ ଚାଲିବା, ସାଇକେଲିଂ ଏବଂ ଯୋଗ କରନ୍ତୁ। ପ୍ରତିଦିନ ଏକ୍ସରସାଇଜ କରିବା ଦ୍ୱାରା ଇନସୁଲିନ ଓ ଶରୀରରେ ଗ୍ଲୁକୋଜର ମାତ୍ରା ନିୟନ୍ତ୍ରଣରେ ରହିଥାଏ।
-ଆପଣଙ୍କ ଅଗରେ କିଛି ଡିଲିସିୟସ ଖାଦ୍ୟ ଆଣି ରଖିଦେଲେ ଅଚାନକ ସେଇ ଖାଦ୍ୟକୁ ଖାଆନ୍ତୁ ନାହିଁ। ସ୍ବାସ୍ଥ୍ୟର ଧ୍ୟାନ ରଖି ଅଳ୍ପ ଖାଆନ୍ତୁ। ଯେତେ ବି ସ୍ବାଦିଷ୍ଟ ଖାଦ୍ୟ ହେଇଥାଉ ନିଜକୁ ନିୟନ୍ତ୍ରଣ ରଖି ଖାଦ୍ୟ ଗ୍ରହଣ କରନ୍ତୁ।
-ରୋଷେଇ କରିବା ପ୍ରକ୍ରିୟା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କୌଣସି ଖାଦ୍ୟକୁ ତେଲରେ ଛାଣିବା ପରିବର୍ତ୍ତେ ମନରଖନ୍ତୁ ସେଗୁଡିକୁ ଗ୍ରିଲ, ବେକ୍‌ କିମ୍ବା ଷ୍ଟିମ କରନ୍ତୁ। ଖାଦ୍ୟରେ ତେଲର ମାତ୍ରା କମ୍‌ ରହିଲେ କ୍ୟାଲୋରୀ ମଧ୍ୟ କମ୍‌ ରହିବ।
-ଦିଓ୍ବାଲୀ ମାନେ ତ ଘରକୁ ବହୁ ମିଠା ଆସିଥାଏ। ଯଦି ଆପଣଙ୍କୁ ମିଠା ଖାଇବାକୁ ଇଛା ହେଉଛି ତେବେ ସୁଗାର ଫ୍ରି ମିଠା ଖାଆନ୍ତୁ। ଦୋକାନରୁ ମିଠା ନ କିଣି ଘରେ ମିଠା ତିଆରି କରି ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri