ସ୍ବାମୀଙ୍କ ମୁହଁ ଫଟୋଶପ୍‌ କରି ଟ୍ରୋଲ୍‌ ହେଲେ ପ୍ରେସ୍‌ ସଚିବ

ଓ୍ବାଶିଂଟନ୍‌,୫ା୧୧:ଆମେରିକା ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ୍‌ ଲେଭିଟ୍‌ ତାଙ୍କ ୬୦ ବର୍ଷୀୟ ସ୍ବାମୀଙ୍କ ମୁହଁକୁ ଫଟୋଶପିଙ୍ଗ୍‌ କରି ଅନ୍‌ଲାଇନରେ ଟ୍ରୋଲ୍‌ ହୋଇଛନ୍ତି। କାରୋଲିନ୍‌ ପୋଷ୍ଟ କରିଥିବା ହୋଲୋଓ୍ବିନ୍‌ ଫଟୋଗୁଡ଼ିକରେ ତାଙ୍କ ସ୍ବାମୀ ନିକୋଲାସ୍‌ ରିସିଓଙ୍କ ମୁହଁ ଚିକ୍କଣ ଓ ଯୁବସୁଲଭ ଦେଖାଯାଉଛି। ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଉକ୍ତ ଫଟୋଗୁଡ଼ିକ ହ୍ବାଇଟ୍‌ ହାଉସ୍‌ ଏବଂ ନାଭାଲ ଅବ୍‌ଜରଭେଟୋରୀରେ ହୋଲୋଓ୍ବିନ୍‌ ପାଳନ ବେଳେ ନିଆଯାଇଥିଲା। ସେଠାରେ କାରୋଲିନ୍‌ ଏବଂ ନିକୋଲାସ୍‌ ସେମାନଙ୍କ ୧୬ ମାସର ପୁଅ ନିକୋଙ୍କ ସହ ପୋଜ୍‌ ଦେଇଥିଲେ। ୟୁଜରମାନଙ୍କ ଛଞ୍ଚାଣ ଆଖିରେ ନିକୋଲାସ୍‌ଙ୍କ ଚେହେରାରେ ହୋଇଥିବା ଅସଙ୍ଗତି ତୁରନ୍ତ ଧରାପଡ଼ିଯାଇଥିଲା। ତାଙ୍କ ମୁହଁକୁ ଯୁବସୁଲଭ ଲୁକ୍‌ ଦେବା ପାଇଁ ଅତ୍ୟଧିକ ରଙ୍ଗ ବୋଳାଯାଇଥିବାବେଳେ ହାତକୁ ଦେଖିଲେ ବୟସର ଛାପ ସ୍ପଷ୍ଟ ବାରିହୋଇ ପଡ଼ୁଛି। ଏଭଳି ଫଟୋ ଏଡିଟିଂ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଏହି ଦମ୍ପତିଙ୍କ ବୟସ ବ୍ୟବଧାନ ୩୨ ବର୍ଷ ହୋଇଥିବାବେଳେ ଫଟୋଶପ୍‌ କରାଯାଇଥିବା ଫଟୋକୁ ନେଇ ଅନେକ ହଜାର ୟୁଜର ବିଭିନ୍ନ ମତାମତ ଦେଇଛନ୍ତି। କାରୋଲିନ୍‌ ତାଙ୍କ ସ୍ବାମୀଙ୍କୁ କେତେ ଦଶନ୍ଧି ସାନ ଦେଖାଇବାକୁ ଉଦ୍ୟମ କରିଥିବା କେତେକ ସୋସିଆଲ ମିଡିଆରେ ଲେଖିଛନ୍ତି। ନିକୋଲାସ୍‌ଙ୍କ ଡିଜିଟାଲି ପରିବର୍ତ୍ତିତ ଫଟୋକୁ ନେଇ ବିବାଦ ଦେଖାଦେଇଛି। କାରୋଲିନ୍‌ ତାଙ୍କଠାରୁ ୩ ଦଶନ୍ଧି ବଡ଼ ନ୍ୟୁ ହାମ୍ପଶାୟାର ରିଅଲ୍‌ ଇଷ୍ଟେଟ ଡେଭେଲପର ନିକୋଲାସ୍‌ଙ୍କୁ ବିବାହ କରିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦୀର୍ଘଦିନ ହେଲା କୌତୂହଳ ଦେଖାଦେଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri