ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ୍‌ଙ୍କୁ ଚ୍ୟାଲେଞ୍ଜ ଦେବେ ମାଇକ୍‌ ପେନ୍ସ

ଓ୍ବାଶିଂଟନ, ୬ା୬: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍‌ ପ୍ରାର୍ଥତ୍ତ୍ୱ ଦୌଡ଼ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ହେବାକୁ ଯାଉଛନ୍ତି। ସେ ଆମେରିକା ଫେଡେରାଲ ଇଲେକ୍ସନ କମିଶନଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୬୩ ବର୍ଷୀୟ ପେନ୍ସ ବୁଧବାରଠାରୁ ଆନୁଷ୍ଠାନିକ ଭାବେ ପ୍ରଚାର ଆରମ୍ଭ କରିବେ। ୨୦୧୭ରୁ ୨୦୨୧ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବାବେଳେ ପେନ୍ସ ଉପରାଷ୍ଟ୍ରପତି ଥିଲେ।

Share