Posted inଜାତୀୟ

ପ୍ରାର୍ଥୀ ହେବା ପୂର୍ବରୁ ପିଏମ୍‌ଓ କଲ୍‌ ମିସ୍‌ କରିଥିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍‌ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍‌କୁ ହରାଇଥିଲେ ବୋଲି ସାମ୍ବାଦିକ କସ୍ତୁରୀ ରାୟଙ୍କ ଦ୍ୱାରା ଲିଖିତ ଜୀବନୀ ପୁସ୍ତକ ‘ଦ୍ରୌପଦୀ ମୁର୍ମୁ: ଫ୍ରମ୍‌ ଟ୍ରାଇବାଲ ହିଣ୍ଟରଲ୍ୟାଣ୍ଡସ୍‌ ଟୁ ରାଇସିନା ହିଲ୍‌’ରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି ପଦ ଲାଗି ଏନ୍‌ଡିଏରୁ ପ୍ରାର୍ଥୀ ହେବା ନିମନ୍ତେ ଜଣାଇବା ପାଇଁ ମୁର୍ମୁଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଫୋନ୍‌ କଲ୍‌ ଯାଇଥିଲା, ଯାହାକୁ ସେ ଗ୍ରହଣ କରିପାରି ନ ଥିଲେ। ଝାଡ଼ଖଣ୍ଡରେ ମୁର୍ମୁଙ୍କ ପୂର୍ବତନ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ଥିବା ବିକାଶ ଚନ୍ଦ୍ର ମହାନ୍ତୋ ହାତରେ ଫୋନ୍‌ ଧରି ତାଙ୍କ ଘରକୁ ଦୌଡ଼ିଥିଲେ। ପିଏମ୍‌ଓରୁ ସେ ଫୋନ୍‌ ପାଇଛନ୍ତି ଓ ମୁର୍ମୁଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କୁ କୁହାଯାଇଥିବା ମହାନ୍ତୋ କହିଥିଲେ ବୋଲି ଓ ସଦ୍ୟ ପ୍ରକାଶିତ ପୁସ୍ତକରେ ଉଲ୍ଲେଖ କରାଯାଇଛି ।
୨୦୨୨ ଜୁନ୍‌ ୨୧ର ଘଟଣା। ସେଦିନ ମୁର୍ମୁ ଓଡ଼ିଶାର ରାଇରଙ୍ଗପୁରରେ ଥିଲେ। ଭାଜପା ତାଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବାର ଥିଲା। ଆନୁଷ୍ଠାନିକ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିଲେ। ତେବେ ଦୁର୍ଭାଗ୍ୟକୁ ବିଜୁଳି କାଟ୍‌ ଯୋଗୁ ମୁର୍ମୁ ଓ ତାଙ୍କ ପରିବାର ସେଦିନ ସମାଚାର ଦେଖିପାରି ନ ଥିଲେ। କିଛି ସମୟ ପରେ ଟେଲିଭିଜନ ଚ୍ୟାନେଲରେ ତାଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା। ଲୋକମାନେ ତାଙ୍କ ଘର ପାଖରେ ରୁଣ୍ଡ ହେବାରୁ ମୁର୍ମୁ ସେମାନଙ୍କୁ ଭିତରକୁ ଡାକିଥିଲେ। ବାରମ୍ବାର ମୋବାଇଲ ଫୋନ୍‌ ବ୍ୟବହାର କରୁ ନ ଥିବାରୁ ସେ ଏହାକୁ ଦୂରରେ ରଖିଥିଲେ ଏବଂ ସମ୍ଭବତଃ ଉକ୍ତ ଗୁରୁତ୍ୱପୂର୍ଣ୍ଣ ଫୋନ୍‌ କଲ୍‌ ମିସ୍‌ କରିଥିଲେ। ଝିଅ ଇତିଶ୍ରୀଙ୍କ ଫୋନ୍‌ କ୍ରମାଗତ ଭାବେ ରିଙ୍ଗ୍‌ ହେବାରୁ ସେ କେତେକର ଉତ୍ତର ଦେଇପାରିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି। ତଥାପି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା। ଶେଷରେ ପୂର୍ବତନ ଓଏସ୍‌ଡି ତଥା ରାଇରଙ୍ଗପୁରରେ ମେଡିସିନ୍‌ ଷ୍ଟୋର କରିଥିବା ମହାନ୍ତୋ ଫୋନ୍‌ ଆଣି ପିଏମ୍‌ଓର କଲ୍‌ ଗ୍ରହଣ କରିବାକୁ ମୁର୍ମୁଙ୍କୁ କହିଥିଲେ। ମୁର୍ମୁ ଫୋନ୍‌ ଉଠାଇବା ବେଳେ ଅପରପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ। ସେତେବେଳେ ମୁର୍ମୁ ଜାଣିବାକୁ ପାଇଥିଲେ ସେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri