ରାଷ୍ଟ୍ରପତି କିଛି ଭୁଲ କରି ନାହାନ୍ତି: ମହାଭିଯୋଗ ନେଇ କହିଲା ହ୍ବାଇଟ ହାଉସ…

ଓ୍ବାଶିଂଟନ,୧୪।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ଅସୁବିଧାରେ ଥିବା ଜଣାପଡିଛି। ତାଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ୍‌ ଆରମ୍ଭ କରିବା ପ୍ରସ୍ତାବକୁ ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ଅନୁମୋଦନ କରିଛନ୍ତି। ତେବେ ତଦନ୍ତ ଆରମ୍ଭ ହେବା ପରେ ହ୍ବାଇଟ ହାଉସ ବାଇଡେନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖାରଜ କରିଛି।

ପ୍ରେସ ସଚିବ କେରିନ ଜାନ-ପିଆର ବାଇଡେନଙ୍କ ରାଜନୈତିକ ଶତ୍ରୁଙ୍କ ଦ୍ୱାରା ଜାରି କରାଯାଇଥିବା ଅନୁସନ୍ଧାନକୁ ବିରୋଧ କରିଥିଲେ। ରାଷ୍ଟ୍ରପତିଙ୍କ ବିରୋଧରେ ଏହା କେବଳ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଶତ୍ରୁମାନେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିବା ପାଇଁ ଏକ ବର୍ଷ ବିତାଇଲେ, କିନ୍ତୁ ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ। ଶେଷରେ ଏଭଳି କରୁଛନ୍ତି।

ପିଆର କହିଛନ୍ତି ବାଇଡେନଙ୍କ ବିରୋଧରେ ପ୍ରମାଣ ମିଳିଲା ନାହିଁ କାରଣ ସେ କିଛି ଭୁଲ କରିନାହାଁନ୍ତି।

ସୂଚନାଯୋଗ୍ୟ ମଙ୍ଗଳବାର ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ତଦନ୍ତ ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇଡେନ ପରିବାରର ବ୍ୟବସାୟିକ କାରବାରର ତଦନ୍ତ ଆରମ୍ଭ କରିବାକୁ ମ୍ୟାକକାର୍ଥିି ନିର୍ଦ୍ଦେଶ ଦେଇଛନ୍ତି। ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ସେ ଆମେରିକାର ରାଷ୍ଟ୍ରପତି ଥିବାବେଳେ ରିପବ୍ଲିକାନମାନେ ତାଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କୁ ବିଦେଶୀ ବ୍ୟବସାୟରେ ଉପକୃତ କରିଥିବା ଅଭିଯୋଗ କରିଛନ୍ତି।

ପିଆର କହିଛନ୍ତି ମହାଭିଯୋଗକୁ ନେଇ ଗୃହରେ ପର୍ଯ୍ୟାପ୍ତ ସମର୍ଥନ ନାହିଁ। ହାଉସ ରିପବ୍ଲିକାନ୍ସରେ ମଧ୍ୟ ପ୍ରମାଣ ନାହିଁ ବୋଲି କହିଛନ୍ତି। ଏହା କେବଳ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ପିଆର କହିଛନ୍ତି। ତେବେ ମହାଭିଯୋଗ ନେଇ ରାଷ୍ଟ୍ରପତି ଜୋ ବାଇଡେନ କିଛି କହି ନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri