ରାଷ୍ଟ୍ରପତିଙ୍କ ଅପେକ୍ଷାରେ ଜନ୍ମମାଟି

ବାରିପଦା ଅଫିସ,୪ା୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତକୁ ନେଇ ରାଇସିନାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରଶାସନ ତତ୍ପର ହୋଇପଡ଼ିଛି। ସମଗ୍ର ମୟୂରଭଞ୍ଜବାସୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷାରେ ରହିଛନ୍ତି।
ଗୁରୁବାର ପୂର୍ବାହ୍ନ ୧୦ଟା୪୦ରେ ରାଷ୍ଟ୍ରପତି ଶାଶୁଘର ପାହାଡ଼ପୁରରେ ପହଞ୍ଚତ୍ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଦିବାସୀଙ୍କ ପୂଜାସ୍ଥଳ ଗୋଷାଣି ଯିବାର କାର୍ଯ୍ୟକ୍ରମ ରହିଛି। ପରେ ନାବାର୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ସ୍କୁଲର ଏକ କମ୍ୟୁନିଟି ସେଣ୍ଟର ଏବଂ ଏଲ୍‌ଆଣ୍ଡଟି କମ୍ପାନୀ ପକ୍ଷରୁ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ। ଏହା ପରେ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ସହିତ ସମୟ ଅତିବାହିତ କରିବେ। ମଧ୍ୟାହ୍ନ ୧୨ଟା୩୦ରେ ହାଟବାଦଡ଼ାସ୍ଥିତ ସାତପଉଟିଆରେ ଥିବା ବ୍ରହ୍ମକୁମାରୀ ସେଣ୍ଟରକୁ ଯାଇ ଏଡିକ୍ସନ ଫ୍ରି ସେଣ୍ଟର(ନିଶାମୁକ୍ତ ଓଡ଼ିଶା) କାର୍ଯ୍ୟକ୍ରମ ପ୍ରଚାରକୁ ଉଦ୍‌ଘାଟନ କରିବେ। ଅପରାହ୍ନ ୧ଟାରେ ବାହାରି ରାଇରଙ୍ଗପୁରସ୍ଥିତ ବଙ୍ଗଳାରେ ପହଞ୍ଚତ୍ ମଧ୍ୟାହ୍ନଭୋଜନ କରି ସେଠାରେ ବିଶ୍ରାମ ନେବେ। ଅପରାହ୍ନ ୪ଟାରେ ସୁନାରାମ ସୋରେନଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୪ଟା ୨୫ରେ ବଡ଼ବନ୍ଧଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉଡାଇବେ। ୪ଟା୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୪ଟା ୪୫ରେ ରାଇରଙ୍ଗପୁର ମ୍ୟୁନସିପାଲିଟି ଅଫିସକୁ ପରିଦର୍ଶନରେ ଯିବାସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୫ଟାରେ ରାଇରଙ୍ଗପୁର ଷ୍ଟାଡିୟମରେ ପହଞ୍ଚତ୍ ମ୍ୟୁନସିପାଲିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୬ଟା୧୫ରେ ମହୁଲଡିହା ବଙ୍ଗଳା ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପହଞ୍ଚତ୍ବା ପରେ ୬ଟା୩୦ରୁ ୭ଟା୩୦ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ସେଠାରେ ରାତ୍ରିଭୋଜନ କରିବା ସହ ସେହି ବଙ୍ଗଳାରେ ବିଶ୍ରାମ ନେବେ ା
୫ତାରିଖ ସକାଳ ୭ଟା୫୫ରେ ରାଇରଙ୍ଗପୁର ବାସଭବନରେ ପହଞ୍ଚତ୍ବା ପରେ ୮ଟା ୪୦ରେ ଦାଣ୍ଡବୋଷ ହେଲିପ୍ୟାଡକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ୯ଟା୧୫ରେ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୦ଟାରେ ଯଶିପୁର ହେଲିପ୍ୟାଡରେ ଅବତରଣ କରିବେ। ପରେ ସ୍ବତନ୍ତ୍ର ଗାଡ଼ିରେ ସଡ଼କ ପଥରେ ଶିମିଳିପାଳ ବୁଲିବା ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୨ଟା୩୦ରେ ବାହାରି ୪ଟା୩୦ରେ ଯଶିପୁର ହେଲିପ୍ୟାଡରେ ପହଞ୍ଚତ୍ବା ପରେ ବାରିପଦା ଅଭିମୁଖେ ଯାତ୍ରା କରିବେ। ୫ଟା ୨୫ରେ ବାରିପଦା ହେଲିପ୍ୟାଡରେ ପହଞ୍ଚତ୍ ଗେଷ୍ଟ ହାଉସରେ ରହିବେ। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ସେଠାରେ ରାତ୍ରିଯାପନ କରିବେ। ୬ତାରିଖ ସକାଳ ୯ଟା୪୦ରେ ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ ମହାରାଜାଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ପିଭିଟିଜିଏସ ପରେ ୧୧ଟା୧୫ରୁ ୧୨ଟା୧୫ ପର୍ଯ୍ୟନ୍ତ ୧୨ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri