Categories: Home Leftଖେଳ

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ ଏହା ସବୁଠୁ ବଡ଼ ବିପର୍ଯ୍ୟୟ। କାରଣ ଫିଫା ର଼୍ୟାଙ୍କିଙ୍ଗ୍ସରେ ପାରାଗୁଏ ୪୧ତମ ସ୍ଥାନରେ ଥିବା ବେଳେ ଜର୍ମାନୀ ଦଶମ ର଼୍ୟାଙ୍କ୍‌ରେ ରହିଛି।

ସାଣ୍ଟିଆଗୋ ପେନା ଏକ୍ସ’ ଜରିଆରେ ଏକ ପୋଷ୍ଟ କରି ଏ ନେଇ ଘୋଷଣା କରିଛନ୍ତି। ‘ପାରାଗୁଏ କଦାପି ହାର୍‌ ମାନେନାହିଁ। ଏଥିଲାଗି ଦେଶରେ ଛୁଟି ଘୋଷଣା କରାଯାଉଛି’ ବୋଲି ପେନା ପୋଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଚିଲି ରାଷ୍ଟ୍ରପତି ଜୋସ ଆଣ୍ଟୋନିଓ କାଷ୍ଟ ପୋଷ୍ଟ କରି ପାରାଗୁଏକୁ ଅଭିନନ୍ଦନ ଜଣାଇଛନ୍ତି। ଆମେ ଜର୍ମାନୀ ଓ ପାରାଗୁଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଭାବବିହ୍ବଳ ପେନାଲ୍ଟି ଶୁଟଆଉଟ୍‌ ଦେଖିବା ପାଇଁ ଆସୁନସିଅନରେ ପହଞ୍ଚିଥିଲୁ। ଏକ ବଡ଼ ବିଜୟ ଯୋଗୁ ଲାଟିନ ଆମେରିକାର ଆଉ ଏକ ଦେଶ ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୧୬ରେ ପ୍ରବେଶ କରିଛି। ପାରାଗୁଏକୁ ଅଭିନନ୍ଦନ ବୋଲି ସେ ପୋଷ୍ଟ କରିଛନ୍ତି।

Share