ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି

ମାଧପୁର,୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍‌ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି ଇଟା ଭାଟିକୁ ବୁଧବାର ଆଠମଲ୍ଲିକ ତହସିଲଦାର ଡା. ସ୍ବରୂପାନନ୍ଦ ସାହୁ ଅଚାନକ ଚଢ଼ାଉ କରି ସମସ୍ତ ଇଟାକୁ ମେଶିନ ଲଗାଇ ଭାଙ୍ଗି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଏଗୁଡ଼ିକ ସରକାରୀ ଜାଗାରେ ନିିର୍ମାଣ କରାଯାଉଥିଲା। ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ଅଶୋକ ଦେହୁରୀ, ସୁପରଭାଇଜର ରଶ୍ମିରଞ୍ଜନ ହୋତା, କିଆକଟା ଆରଆଇ ବିପିନ ହୋତା, ଟୁସର ଆରଆଇ ପରେସ ପ୍ରଧାନ, ଫରେଷ୍ଟର ଲିଙ୍ଗରାଜ ବେହେରା, ଫରେଷ୍ଟଗାର୍ଡ ଦୀପକ ମିଶ୍ର ପ୍ରମୁଖ ସାମିଲ ଥିଲେ। ଏହି ଚଢ଼ାଉ ପରେ ବେଆଇନ ଭାବରେ ଇଟା ଗଢୁଥିବା ଲୋକଙ୍କ ମନରେ ଛନକା ପଶିଛି।