ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ ଶର୍ମିଷ୍ଠା ସେଠୀ ବଡ଼ଚଣା ଆସିବେ। ଏଥିପାଇଁ ବଡ଼ଚଣା ବିଜେଡି ପକ୍ଷରୁ ୫ ଜୋନସ୍ତରୀୟ ପ୍ରସ୍ତୁତି ବୈଠକ ବିଭିନ୍ନସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ୧୭ନଂ. ଜୋନ ବୈଠକ ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳଙ୍କ ସଭାପତିତ୍ୱରେ ଖଇରା ହାଟ ପଡ଼ିଆସ୍ଥିତ ନାଆକାଣୀ ପୀଠରେ ଅନୁଷ୍ଠିତ ହୋଇଛି। ଏଥିରେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ଶୁକ୍ରବାର ଅପରାହ୍ନ ୩ଟାରେ ଛତିଆଠାରୁ ବର୍ଷା ଓ ଶର୍ମିଷ୍ଠାଙ୍କୁ ଏକ ବାଇକ୍‌ ଶୋଭାଯାତ୍ରାରେ ମହାବିନାୟକ ପର୍ଯ୍ୟନ୍ତ ନିଆଯିବ। ଏହି ସମୟରେ ବିଭିନ୍ନ ଛକରେ ମହିଳାମାନେ ଉଭୟଙ୍କୁ ସ୍ବାଗତ କରିବେ। ପରେ ଚଣ୍ଡିଖୋଲଠାରେ ଏକ ପଥପ୍ରାନ୍ତ ସଭାରେ ଉଭୟ ପ୍ରାର୍ଥୀ ଭୋଟରଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ ବୋଲି ବୈଠକରେ ସ୍ଥିର କରାଯାଇଛି। ବୈଠକରେ ସରପଞ୍ଚ ମୀନକେତନ ସେଠୀ, ନବଦୀପ ନାୟକ, ରାଜଲକ୍ଷ୍ମୀ ମହାନ୍ତି, ସାଗରିକା ବିହାରୀ, ବୈଜୟନ୍ତୀ ବିଶ୍ୱାଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ବୈକୁଣ୍ଠ ବରାଳ, ବିନୟ ପୃଷ୍ଟି, ସ୍ନିଗ୍ଧାରାଣୀ ରାଉତ, ରବୀନ୍ଦ୍ର ଦାଶ, ପୂଜାରିଣୀ ବଳ, ଚିନ୍ମୟ ମହାନ୍ତି, ମୋମିନ ଅଲ୍ଲୀ ଖାଁ, ରବୀନ୍ଦ୍ର ବେହେରା, ବିଜୟ ବାରିକ, ମାନଗୋବିନ୍ଦ ସେଠୀ, ଅଭୟ ସାମଲ, କିଶୋର ସାମଲ, ଆମିନ ନାୟକ ଓ ପବନେଶ୍ବର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
୧୬ନଂ.ଜୋନର କାଇମାଟିଆସ୍ଥିତ ସପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଳ ଉପସଭାପତି ନିରଞ୍ଜନ ସେନାପତିଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୮ନଂ. ଜୋନର ଅମରାବତୀ ମଠ ପରିସରରେ ନେଳିଆ, ଚମ୍ପାପୁର ଓ ଛତିଆ ୩ ପଞ୍ଚାୟତର କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚମ୍ପାପୁର ପ୍ରାକ୍ତନ ସରପଞ୍ଚ ବାସୁଦେବ ସ୍ବାଇଁଙ୍କ ସଭାପତିତ୍ୱରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲାଦ ନନ୍ଦ, ଭାଗ୍ୟଧର ମଲିକ, ନେଳିଆ ସରପଞ୍ଚ ଜୟନ୍ତୀ ସ୍ବାଇଁ, ଧନେଶ୍ବର ବେହେରା, ସମିତିସଭ୍ୟ ଦୀପକ ସାହୁ, ରବୀନ୍ଦ୍ର ପ୍ରଧାନ, ଗିରିଶ ପାତ୍ର, ସତ୍ୟରଞ୍ଜନ ନନ୍ଦ, ତୁଷାର ପଣ୍ଡା, ଧୀରେନ୍ଦ୍ର ନାଥ, ବିପିନ ବିଶ୍ୱାଳ, ଶ୍ରୀକାନ୍ତ ପାଲ, ଅମରେଶ ନନ୍ଦଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଦିଲୀପ ରାଉତ ଧନ୍ୟବାଦ ଦେଇଥିଲେ। ଏହି ଜୋନ ବୈଠକଗୁଡ଼ିକରେ ବିଧାୟକଙ୍କ ସମର୍ଥକ, ଜନ୍ମେଜୟ ଲେଙ୍କାଙ୍କ ସମର୍ଥକ ଓ ରାଜନାରାୟଣଙ୍କ ସମର୍ଥକ ଉପସ୍ଥିତ ଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ପକ୍ଷରୁ ବରିଷ୍ଠ ଉପସଭାପତି ଭାବେ ମନୋନୀତ କରାଯାଇଥିବାରୁ ଜୋନ ବୈଠକରେ ଦଳୀୟ କର୍ମୀ ତାଙ୍କୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri