ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ପାଇଁ ପ୍ରସ୍ତୁତି: ଚିନ୍ତାରେ କିମ୍‌…

ସିଓଲ,୨୦।୮: ଦକ୍ଷିଣ କୋରିଆ ଏବଂ ଆମେରିକା ଚଳିତ ସପ୍ତାହରେ ମିଳିତ ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍ତର କୋରିଆରୁ ବଢୁଥିବା ସାମରିକ ବିପଦ ବିରୋଧରେ ଉଭୟ ଦେଶ ମିଳିତ ପ୍ରସ୍ତୁତି ବୃଦ୍ଧି ପାଇଁଚେଷ୍ଟା କରୁଛନ୍ତି।

ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତି ଉପରେ ଆଧାରିତ ବାର୍ଷିକ ଉଲ୍ଚି ଫ୍ରିଡମ ସିଲ୍ଡ (ୟୁଏଫଏସ) ସମରାଭ୍ୟାସ ଅଗଷ୍ଟ ୨୧ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବିଭିନ୍ନ କଣ୍ଟିଜେନ୍ସି ସମରାଭ୍ୟାସ ଅନ୍ତର୍ଭୁକ୍ତ ହେବ । ଏହି ସମରାଭ୍ୟାସରେ କମ୍ପ୍ୟୁଟର ସିମୁଲେଶନ-ଆଧାରିତ କମାଣ୍ଡ ପୋଷ୍ଟ ସମରାଭ୍ୟାସ , ଏକକାଳୀନ ଫିଲ୍ଡ ଟ୍ରେନିଂ ଏବଂ ଉଲଚି ସିଭିଲ ଡିଫେନ୍ସ ସମରାଭ୍ୟାସ ଅନ୍ତର୍ଭୁକ୍ତ ହେବ ବୋଲି ୟୋନହାପ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

ଯୁଗ୍ମ ଚିଫ ଅଫ ଷ୍ଟାଫ (ଜେସିଏସ) ଅଧିକାରୀଙ୍କ ଅନୁଯାୟୀ, ସମରାଭ୍ୟାସ ସମୟରେ ପ୍ରାୟ ୩୦ ସହଯୋଗୀ ଫିଲ୍ଡ ଟ୍ରେନିଂ ଇଭେଣ୍ଟ ଅନୁଷ୍ଠିତ ହେବାର ଯୋଜନା ରହିଛି।

ଚଳିତ ବର୍ଷର ସମରାଭ୍ୟାସର ଅଂଶ ଭାବରେ ସୈନିକମାନଙ୍କୁ ଯୁଦ୍ଧ ସମୟରେ କିମ୍ବା ପରିସ୍ଥିତିରେ ପ୍ୟୋଙ୍ଗୟାଙ୍ଗ ଦ୍ୱାରା ବିସ୍ତାରିତ ମିଥ୍ୟା ତଥ୍ୟର ଜବାବ ଦେବା ସହିତ ଯୁଦ୍ଧ ସମୟରେ ଶୀଘ୍ର ଆକ୍ରମଣ କରିବାକୁ ତାଲିମ ଦିଆଯିବ।

ଆମେରିକାର ଫୋର୍ସ କୋରିଆ ଅନୁଯାୟୀ ନୌସେନା, ବାୟୁସେନା ଏବଂ ସାମୁଦ୍ରିକ କର୍ମଚାରୀଙ୍କ ବ୍ୟତୀତ ଆମେରିକାର ମହାକାଶ ବାହିନୀ ମଧ୍ୟ ଏହି ସମରାଭ୍ୟାସରେ ଭାଗ ନେବେ। ଦକ୍ଷିଣ କୋରିଆ ଏବଂ ଆମେରିକାର ସମରାଭ୍ୟାସ ପ୍ରସ୍ତୁତି ନେଇ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri