ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ ତ୍ରିନାଥ ଦେବଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ଡ଼. ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଉପଦେଷ୍ଟାମାନଙ୍କ ତତ୍ତ୍ୱାବଧାନରେ ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ଜ୍ଞାନ ଯଜ୍ଞ, ନାମ ଯଜ୍ଞ, ଏବଂ ଗୋ ଯଜ୍ଞର ଆୟୋଜନ କରାଯାଇଛି । ଏକ ହଜାରରୁ ଅଧିକ ମା’ ଓ ଭଉଣୀମାନେ କଳସ ଯାତ୍ରା ପୁଣ୍ୟତୋୟା ଋଷିକୂଲ୍ୟା ନଦୀରୁ ଜଳ ଉଠାଇ ଠାକୁରାଣୀଙ୍କ ପାଖକୁ ଆସିବେ। ଯଜ୍ଞ ଦେଖିବାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ରାମଦୋଳି, ମିନା ବଜାର ଠାରୁ ଆରମ୍ଭ କରି ଅନେକ ବ୍ୟବସ୍ଥା କରାଯାଇଛି । ଯାହାକି ଉତ୍ସବରେ ଜନ ସମାଗମ ଅଧିକରୁ ଅଧିକ ହେବାର ଆଶା ରଖିଛନ୍ତି ଗ୍ରାମବାସୀ । ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନିକ ବ୍ୟବସ୍ଥା ସହିତ ଯୁବ ଗୋଷ୍ଠୀଙ୍କୁ ନେଇ ସ୍ବେଚ୍ଛାସେବୀ ବ୍ୟବସ୍ଥା କରାଯିବ। ଏନେଇ ସଭାପତି ଡ଼ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି ।

