ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ ସ୍ଥିତ ମା’ଙ୍କ ମନ୍ଦିର ପରିସରରେ ଆୟୋଜିତ ସଭାରେ ଯାତ୍ରା କମିଟି ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥଲେ। ଆସନ୍ତା ଫାଲଗୁନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ମାର୍ଚ୍ଚ ୧ ସନ୍ଧ୍ୟାରୁ ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ତିଥି ମାର୍ଚ୍ଚ ୪ ଏହି ଯାତ୍ରା ମହୋତ୍ସବ ପ୍ରତିବର୍ଷ ଭଳି ଚଳିତବର୍ଷ ଖୁବ ଧୁମଧାମରେ କରାଯିବା ପାଇଁ ସଭାରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା।

ମାର୍ଚ୍ଚ ୨ ସୋମବାର ଶୁକ୍ଳ ଚତୁର୍ଦ୍ଦଶୀ ତିଥି ବିଳମ୍ବିତ ରାତିରେ ମନ୍ଦିର ନିକଟ ବାଉଁଶକୁଦରେ ରାଜାଗ୍ନି ହୋମପୂଜା କରାଯିବ। ମା’ ଫୁଲମଣ୍ଡାରେ ବିଜେ ହେବା ପରେ ବାଦ୍ୟ ବାଜଣା ସହକାରେ ମନ୍ଦିର ମଧ୍ୟକୁ ପାଛୋଟି ଅଣାଯିବ। ମାର୍ଚ୍ଚ ୩ ପୂର୍ଣ୍ଣିମା ତିଥିରେ କେତୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ହେଉଥିବାରୁ ବିଶିଷ୍ଟ ଶାସ୍ତ୍ରବିତ୍‌ ପଣ୍ଡିତ ଅଶୋକ ପାଢ଼ୀଙ୍କ ପରାମର୍ଶ କ୍ରମେ ଭୋର ୬ ଟା ୪୭ ମିନଟରୁ ସନ୍ଧ୍ୟା ୬ ଟା ଯାଏ ମନ୍ଦିରର ମୁଖ୍ୟଦାର ବନ୍ଦ ରହିବା ସହ ଦେବନୀତି ନିଷେଧ ରହିବ। ଗ୍ରହଣ ମୋକ୍ଷ ହେବା ପରେ ସନ୍ଧ୍ୟା ୬ ଟାରେ ମା’ଙ୍କ ମହାସ୍ନାନ କରାଯାଇ ସେବା ପୂଜା ନୀତି କାନ୍ତି ସରିବା ପରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲାଯିବା ପାଇଁ ସଭାରେ ନିର୍ଦ୍ଧାରଣ କରାଯାଇଥିଲା। ସନ୍ଧ୍ୟାରୁ ମାନସିକଧାରୀ ଶ୍ରଦ୍ଧାଳୁ ସେମାନଙ୍କ ଶିଶୁମାନଙ୍କୁ ଯାତ୍ରା ପୀଠରେ ମୁଣ୍ଡନ କରାଇପାରିବେ ବୋଲି ଯାତ୍ରାକମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରତିବର୍ଷ ଭଳି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଓ ସ୍ବେଚ୍ଛାସେବୀମାନଙ୍କୁ ମୁତୟନ କରାଯିବା ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା। ଶ୍ରଦ୍ଧାଳୁମାନେ ଯେଭଳି ମା’ଙ୍କୁ ସୁବିଧାରେ ଦର୍ଶନ କରିପାରିବେ ସେ ନେଇ ବାରିକେଟ କରାଯିବା ସହ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ଯାତ୍ରା କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ ପାଇଁ ସଭାରେ ଆଲୋଚନା କରାଯାଇଥିଲା।

ସଭାରେ ଯାତ୍ରା କମିଟି ଉପସଭାପତି ତଥା ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ,ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ସୁଦାମ ଦୋରା, ସହ କୋଷାଧ୍ୟକ୍ଷ ଭୀମସେନ ପ୍ରଧାନ, ଅଡିଟର ବଳରାମ ପ୍ରଧାନ, ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର,ବଡ଼ଡୁମ୍ବୁଳା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ଜାନି,ସମିତିସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ଜାନି, ହରିକୃଷ୍ଣ ପଟ୍ଟନାୟକ, ରମେଶ ଗୌଡ଼, ସୁବାସ ଗୌଡ଼, ଦୁର୍ଯ୍ୟୋଧନ ରେଡ୍ଡୀ,ରଙ୍କ ଗୌଡ଼, ପୂର୍ଣ୍ଣଚନ୍ଦ୍ର ପାତ୍ର, ସୀମାଞ୍ଚଳ ରେଡ୍ଡୀ, ତ୍ରିପତି ପାତ୍ର, ରଙ୍କ ନାୟକ,ଗୋପାଳ ଦାସ,କୃଷ୍ଣ ଗୌଡ଼,ରାଜେନ୍ଦ୍ର ପାତ୍ର, ଭଗବାନ ସାହୁ, ସୁରେନ୍ଦ୍ର ଗୌଡ଼, ସନ୍ତୋଷ ବେହେରା,ରବୀନ୍ଦ୍ର ପ୍ରଧାନ, କୃତ୍ତିବାସ ପ୍ରଧାନ, କେ.ଦେବରାଜଙ୍କ ସମେତ କରପଡ଼ା, ବଡ଼ଡୁମ୍ବୁଳା, ବି. ତୁରୁବୁଡ଼ି, ଗୋକର୍ଣ୍ଣପୁର,ବାସୁଦେବପୁର, କଇଠଡ଼ା, ପଦ୍ମନାଭପୁର, ଜକର, ବମକେଇ ପ୍ରଭୃତି ବିଭିନ୍ନ ପଞ୍ଚାୟତ ଅଧିନ ଗାଁଗୁଡିକରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri