ସର୍ବଦଳୀୟ ସରକାର ପାଇଁ ପ୍ରସ୍ତୁତି

କଲମ୍ବୋ,୧୧ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଆକସ୍ମିକ ପଳାୟନ ଗୃହଯୁଦ୍ଧ ଆଡ଼କୁ ମୁହଁାଇଥିବା ଦ୍ୱୀପରାଷ୍ଟ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଏକ ସର୍ବଦଳୀୟ ସରକାର ଗଠନ କରିବା ଲାଗି ବିରୋଧୀ ଦଳଗୁଡ଼ିକ ରବିବାର ସହମତି ପ୍ରକାଶ କରିଛନ୍ତି। ସୋମବାର ଅପରାହ୍ନରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ବସିବ। ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ନୂଆ ସରକାରକୁ କ୍ଷମତା ହସ୍ତାନ୍ତର ଉପରେ ଗୃହରେ ଆଲୋଚନା କରାଯିବ।

ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ପଳାୟନ କରିଛନ୍ତି। ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ପଦ ଛାଡ଼ିବାକୁ ବାଚସ୍ପତି କହିବା ପରେ ଗୋଟାବାୟା ଆସନ୍ତା ୧୩ରେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଗୋଟାବାୟାଙ୍କ ଏହି ଘୋଷଣା ପରେ ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବଲଓ୍ବେଗୟା ପାର୍ଟି ସର୍ବଦଳୀୟ ସରକାର ଗଠନ ପାଇଁ ରାଜି ହୋଇଛି। ଏହାର ସାଧାରଣ ସମ୍ପାଦକ ରଞ୍ଜିଥ୍‌ ମଦ୍ଦୁମା ବନ୍ଦାରା କହିଛନ୍ତି, ସୀମିତ ସମୟ ପାଇଁ ସରକାର ଗଠନ କରାଯିବ। ତା’ପରେ ସଂସଦୀୟ ନିର୍ବାଚନ କରାଯିବ। ଏନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶାସକ ଶ୍ରୀଲଙ୍କା ପୋଦୁଜନ ପେରାମୁନା ପାର୍ଟି(ଏସ୍‌ଏଲ୍‌ପିପି)ରୁ ଅଲଗା ହୋଇଥିବା ଗୋଷ୍ଠୀ ଓ୍ବିମଲ ଓ୍ବିରାଓ୍ବନ୍ସା କହିଛି, ସବୁ ଦଳକୁ ନେଇ ଆମେ ଏକ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ। ଏହି ସରକାରରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ରହିବେ। ତେବେ ଏଥିପାଇଁ ରାଷ୍ଟ୍ରପତିଙ୍କ ଇସ୍ତଫାକୁ ଅପେକ୍ଷା କରାଯିବ ନାହିଁ ବୋଲି ଏସ୍‌ଏଲ୍‌ପିପିରୁ ଅଲଗା ହୋଇଥିବା ଆଉ ଏକ ଗୋଷ୍ଠୀ ବସୁଦେବ ନାରାୟକ୍କାରା କହିଛି।

ସମ୍ବିଧାନ ଅନୁଯାୟୀ, କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ଇସ୍ତଫା ଦେଲେ ପାର୍ଲାମେଣ୍ଟ ଏହାର ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରମୁଖ୍ୟ ଭାବେ ନିର୍ବାଚିତ କରିପାରିବ। ବିଦାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ଅବଶିଷ୍ଟ ଅବଧି ଶେଷ ହେବା ପର୍ଯ୍ୟନ୍ତ ନୂଆ ରାଷ୍ଟ୍ରପତି ସାମ୍ବିଧାନିକ ଦାୟିତ୍ୱ ତୁଲାଇବେ। ଗୋଟାବାୟା ୨୦୧୯ ନଭେମ୍ବର ୧୮ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅର୍ଥାତ ବର୍ତ୍ତମାନର ବାଚସ୍ପତି ମହିନ୍ଦ ୟାପା ଆବେୟଓ୍ବର୍ଦେନା ୨୦୨୪ ନଭେମ୍ବର ପର୍ଯ୍ୟନ୍ତ କାମଚଳା ରାଷ୍ଟ୍ରପତି ରହିପାରିବେ।

ଏଥିପାଇଁ ରାଷ୍ଟ୍ରପତିଙ୍କ ଇସ୍ତଫା ଦେବାର ମାସକ ମଧ୍ୟରେ ପ୍ରକ୍ରିୟା ଆରମ୍ଭ କରାଯିବା ଜରୁରୀ। ଇସ୍ତଫାର ୩ ଦିନ ମଧ୍ୟରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି ରାଷ୍ଟ୍ରପତି ପଦ ଛାଡ଼ିଥିବା ବିଷୟରେ ସେକ୍ରେଟାରି ଜେନେରାଲ ଏମ୍‌ପିମାନଙ୍କୁ ଅବଗତ କରାଇବେ। ରାଷ୍ଟ୍ରପତି ପଦ ପାଇଁ ଏକାଧିକ ଆଶାୟୀ ନାମାଙ୍କନ ଦାଖଲ କଲେ ବାଲଟ୍‌ ଜରିଆରେ ଭୋଟ କରାଯିବାର ବ୍ୟବସ୍ଥା ରହିଛି। ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ଥାନ ପୂରଣ କରିପାରିବେ। କିନ୍ତୁ ଏହି ଅବଧି ମାସକ ମଧ୍ୟରେ ସୀମିତ ରହିବ, ଯାହା ଭିତରେ ଜଣେ ନୂଆ ରାଷ୍ଟ୍ରପତିଙ୍କୁ ଚୟନ କରାଯିବ ବୋଲି ଶ୍ରୀଲଙ୍କା ସମ୍ବିଧାନରେ ଉଲ୍ଲେଖ କରାଯାଇଛି।

ଶ୍ରୀଲଙ୍କା ଲୋକଙ୍କ ସହ ଭାରତ ରହିଛି

କଲମ୍ବୋର ସଦ୍ୟ ଘଟଣାକ୍ରମ ଉପରେ ରବିବାର ଭାରତ ନିଜ ପ୍ରତିକ୍ରିୟା ରଖିଛି। ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଉପାୟରେ ଶ୍ରୀଲଙ୍କାବାସୀଙ୍କ ସମୃଦ୍ଧି ଓ ବିକାଶ ପାଇଁ ଭାରତ ପଡ଼ୋଶୀ ଦେଶର ଲୋକଙ୍କ ସହ ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି, ଶ୍ରୀଲଙ୍କା ସ୍ଥିତି ଉପରେ ଭାରତ ନଜର ରଖିଛି। ଶ୍ରୀଲଙ୍କାବାସୀ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ମଧ୍ୟ ନୂଆଦିଲ୍ଲୀ ଅବଗତ ଅଛି। ଏହି କଠିନ ସମୟରେ ଭାରତ ଯଥାସମ୍ଭବ ସହାୟତା ଯୋଗାଇଦେବ। ଚଳିତବର୍ଷ ଭାରତ ଶ୍ରୀଲଙ୍କାକୁ ୩.୮ ବିଲିୟନ୍‌ ଡଲାର ସହାୟତା ପ୍ରଦାନ କରିଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି।

ସ୍ଥାୟୀ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଜରୁରୀ: ଆମେରିକା

ଶ୍ରୀଲଙ୍କାର ରାଜନୈତିକ ଓ ଆର୍ଥିକ ସଙ୍କଟର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ତ୍ୱରିତ ପଦକ୍ଷେପ ନେବା ଜରୁରୀ। ଏଥିପାଇଁ ସେଠାକାର ରାଜନୈତିକ ଦଳଗୁଡ଼ିକ ଉଦ୍ୟମ କରନ୍ତୁ ବୋଲି ରବିବାର ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ଶ୍ରୀଲଙ୍କା ପାର୍ଲାମେଣ୍ଟ କୌଣସି ରାଜନୈତିକ ଦଳ ପାଇଁ ନୁହେଁ, ବରଂ ଦେଶର ଉନ୍ନତି ସକାଶେ ଜରୁରୀ ପଦକ୍ଷେପ ନେବା ଉଚିତ। ଖବରଦାତା କିମ୍ବା ବିକ୍ଷୋଭକାରୀମାନଙ୍କ ଉପରେ ଆକ୍ରମଣ ନିନ୍ଦନୀୟ। ସେହିପରି ବ୍ରସେଲ୍ସରେ ଇୟୁ ପକ୍ଷରୁ କୁହାଯାଇଛି, ଶ୍ରୀଲଙ୍କାର ପରିବର୍ତ୍ତନଶୀଳ ଘଟଣାକ୍ରମ ଉପରେ କଡ଼ା ନଜର ରହିଛି। ଗଣତାନ୍ତ୍ରିକ ଉପାୟରେ ସମାଧାନ ପାଇଁ ସମସ୍ତ ପକ୍ଷ ଉଦ୍ୟମ କରନ୍ତୁ ବୋଲି ଇୟୁ ଆହ୍ବାନ ଦେଇଛି।

ରାଷ୍ଟ୍ରପତି ଭବନରେ ଗୁପ୍ତ ସୁଡ଼ଙ୍ଗ

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୁକ୍ରବାର ରାତିରେ ପଳାୟନ କରିବା ପରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ରଖିଛନ୍ତି। ସେମାନେ ସେଠାରେ ଏକ ହାଇ-ସିକ୍ୟୁରିଟି ସୁଡ଼ଙ୍ଗ ଠାବ କରିଛନ୍ତି। ଗୋଟାବାୟା ସେହି ସୁଡ଼ଙ୍ଗ ଦେଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri