ଧବଳେଶ୍ୱର ମନ୍ଦିରରେ ବଡ଼ଓଷା, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଆରମ୍ଭ

ଖୋର୍ଦ୍ଧା,୨୭ା୧୦(ପ୍ରଭାତ ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର ସଫେଇ ସହିତ ରଙ୍ଗ କାମ ଆରମ୍ଭ ହୋଇଛି। ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରକାଶ ଯେ, ଦେବୋତ୍ତର କମିଶନରଙ୍କ ଦ୍ୱାରା ମନ୍ଦିର ପରିଚାଳନା ବୋର୍ଡ ଗଠନ କରାଯାଇଥିଲା। କମିଟି ଶୃଙ୍ଖଳିତ ଭାବେ ମନ୍ଦିର ଦୈନିକ ନୀତିକାନ୍ତି ଠିକ୍‌  ଭାବେ ପରିଚାଳନା କରୁଥିବା ବେଳେ ୨୦୨୪ ନଭେମ୍ବର ୧୧ରେ ଖୋର୍ଦ୍ଧା ଉପଜିଲାପାଳ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରିଥିଲେ।
ତେବେ ମନ୍ଦିର ଟ୍ରଷ୍ଟ ବୋର୍ଡ ଗଠନ ସରିଥିବା ବେଳେ ପୁଣି ଏକ ଅସ୍ଥାୟୀ କମିଟି ଗଠନକୁ ନେଇ ଟ୍ରଷ୍ଟ ବୋର୍ଡ ଅସନ୍ତୋଷ ପ୍ରକାଶ କରିଥିଲା। ଏହା ଅସାମ୍ବିଧାନିକ ଦର୍ଶାଇ ଜିଲା ପ୍ରଶାସନଠାରୁ ଦେବୋତ୍ତର କମିଶନରଙ୍କୁ ଲିଖିତ ଜଣାଇଥିଲେ। ତେବେ ଏହା ଉପରେ ପ୍ରଶାସନ କିମ୍ବା କମିଶନରଙ୍କ  ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା।
ଫଳରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏହି ସଂକ୍ରାନ୍ତରେ ହାଇକୋର୍ଟରେ ଏକ ପିଟିଶନ ଆଗତ ହୋଇଥିଲା। ଗତ ୨୪ ତାରିଖରେ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଉପଜିଲାପାଳଙ୍କ ଦ୍ୱାରା ଗଠିତ ହୋଇଥିବା ଅସ୍ଥାୟୀ କମିଟି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି।
ଏଥିସହିତ ଏହି କମିଟି ସଦସ୍ୟମାନେ ସେ ପର୍ଯ୍ୟନ୍ତ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି, ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ ପାଳନରେ ହସ୍ତକ୍ଷେପ କରିବେ ନାହିଁ। ଦେବୋତ୍ତର କମିଶନରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବୋର୍ଡ ଏହାକୁ ପରିଚାଳନା କରିବ ବୋଲି ରାୟରେ ନିର୍ଦ୍ଦେଶ  ଦିଆଯାଇଛି।
ଆସନ୍ତା ଡିସେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଶନିବାର ଶ୍ରୀଧବଳେଶ୍ୱର ଦେବ ବିଜେ ଗୁରୁଜଙ୍ଗ ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ଉପଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି ବୋଲି ବଦ୍ରି ନାରାୟଣ ସାହୁ ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri