ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ନିର୍ବାଚନ ତାତି ଜୋର ଧରିଛି। ମିଶ୍ରଣ ପର୍ବ ସହିତ ଗ୍ରାମ ଓ ସହରରେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ପ୍ରଚାର ଆରମ୍ଭ ହୋଇଛି। ତେବେ ଏହା ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ସବୁ ଦଳର ଫୋକସରେ ଏହି ଜିଲା ରହିବ ।ଏବେ ଭାଜପା ଓ ବିଜେଡି ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ବିତ କରିଛି। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଗାଡି ଅପେକ୍ଷାକୃତ କମ୍‌ ଥିବା ଦେଖାଯାଉଛି। ଚଳିତ ଥର ଜିଲାର ପ୍ରାର୍ଥୀଙ୍କ ମଧ୍ୟରେ ହେଭିୱେଟ ବନାମ ନବାଗତଙ୍କ ଲଢ଼େଇ ହେଉଛି। ଆଳି ବିଧାନସଭା କ୍ଷେତ୍ରରେ ବିଜେଡିର ପ୍ରତାପ ଦେବଙ୍କ ସହ କଂଗ୍ରେସ ପ୍ରାର୍ଥୀ ଡ. ଦେବସ୍ମିତା ଶର୍ମା ଟକ୍କର ଜୋରଦାର ବୋଲି ଆଲୋଚନା ହେଉଛି। ସେହିପରି ରାଜନଗରର କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀ ସହ ବିଜେଡିର ଧୃବ ସାହୁଙ୍କ ମୁକାବିଲା ହେବାକୁ ଯାଉଛି। ପାଟକୁରାରେ ତିନି ନବାଗତଙ୍କ ମଧ୍ୟରେ ଲଢ଼େଇ ହେବବ। ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ କଂଗ୍ରେସ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାକୁ ଥିବା ବେଳେ ଭାଜପା ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କ ଭୋଟ ନିର୍ଣ୍ଣାୟକ ହେବ। ମହାକାଳପଡ଼ାରେ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧୀ ଭାଜପା ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ପ୍ରଚାର ଚଳାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ଭାଜପା ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେଉଛି। ମିଶ୍ରଣ ପର୍ବରେ ନେତାଙ୍କ ଦଳ ବଦଳ ଏବେ ରୋଚକ ସ୍ଥିତିରେ ଅଛି। ପ୍ରତ୍ୟେହ ବିଭିନ୍ନ ଦଳର ମିଶ୍ରଣ ପର୍ବ ଚାଲିଛି। ଅପରପକ୍ଷେ ଲୋକ ସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏଠାରେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଭାଜପାର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ ନିର୍ବାଚନ ମଇଦାନରେ ଅଛନ୍ତି।
ରାଜନୈତିକ ବିଶ୍ଲେଷକ ଅମରବର ବିଶ୍ୱାଳ, ନିହାର ରଞ୍ଜନ ପ୍ରଧାନ, ପ୍ରଭାତ କୁମାର ତ୍ରିପାଠୀ, ସାର ଜେନା ପ୍ରମୁଖ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନର ପ୍ରଭାବ ଏହି ନିର୍ବାଚନରେ ଦେଖିବାକୁ ମିଳୁଛି। ଗତ ନିର୍ବାଚନରେ ଜିତିଥିବା ଏମ୍‌ପି ଅନୁଭବ ମହାନ୍ତି ଗତ ୪ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲାର ଉନ୍ନୟନ କ୍ଷେତ୍ରରେ ହାତ ମାରି ନାହାନ୍ତି। ଏପରି କି ନିର୍ବାଚନମଣ୍ଡଳୀ ଗସ୍ତକୁ ଅତିମାତ୍ରାରେ ସୀମିତ କରିଥିଲେ। ଏହାର ପ୍ରଭାବ ବିଜେଡି ପ୍ରାର୍ଥୀଙ୍କ ଉପରେ ପକାଉଛି। ସେହିପରି ଗତ ନିର୍ବାଚନରେ ହାରିଥିବା ଓ ଚଳିତ ଥର ଏମ୍‌ପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗତ ୪ ବର୍ଷ ଧରି ବିଭିନ୍ନ ସମସ୍ୟାରେ ନୀରବ ରହିଛନ୍ତି। ଅପରପକ୍ଷେ ଖରସ୍ରୋତା ପାଣି ଆନ୍ଦୋଳନ, ମେଡିକାଲ କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ସମସ୍ତଙ୍କୁ ପାନୀୟ ଜଳ ଆଦି ସମସ୍ୟାର ସମାଧାନ ଦାବିରେ କଂଗ୍ରେସ ଗତ ୪ ବର୍ଷରେ ଆଗୁଆ ଥିଲା। କିନ୍ତୁ ବିଜେଡି ଏସବୁ ସମସ୍ୟାର ସମାଧାନ ଅପେକ୍ଷା କଂଗ୍ରେସର ହେଭିୱେଟ ନେତା ଅଂଶୁମାନ ମହାନ୍ତି ଓ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଛି। ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଥିବା ବେଳେ ନବାଗତ ସିଦ୍ଧାର୍ଥ ସୂରୂପ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ସପ୍ତାହଠାରୁ ରାଜ୍ୟ ଓ ଜାତୀୟସ୍ତରର ନେତାଙ୍କ ଏହି ଜିଲା ଗସ୍ତ ଥିବାରୁ ପ୍ରଚାର କାର୍ଯ୍ୟ ଆହୁରି ରୋଚକ ସ୍ଥିତି ରହିବ ବୋଲି ସେମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri