ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ବ୍ଳକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ା(ଡାଙ୍ଗ) ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସୋମବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଲିଙ୍ଗରାଜ ଦାଶ, ପଞ୍ଚାନନ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ । ବିଦେଶୀ ଥନାପତି, ସ୍ତ୍ରୀ ଗୋଲାପୀ କର୍ତ୍ତାକାର୍ଯ୍ୟ ସମ୍ପାଦନ କରିଥିଲେ । ରମେଶ ଧରୁଆ, ବିକି ଭୁଏ, ଶଙ୍କର ନାଗ, ରାଜକୁମାର ବନଛୋର, ସାଗର ବେହେରା, ଜିତେନ ସାହୁ, ସରୋଜ ମହଲା, ଲଲିତ ବିଶି, କାଲିଆ ସାହୁ, କାହ୍ନା ଧରୁଆ, ଆନନ୍ଦ ଗହୀର, ରାକେଶ ବିଶି, ଗୋପୀନାଥ ବୁଡ଼େକ, ନବୀନ ବୁଡ଼େକ, ଅନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା ସୋମବାର ଦିନ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।