Categories: ବାଣିଜ୍ୟ

୨୪%ବୃଦ୍ଧି ପାଇଛି ନିଗମର ପ୍ରିମିୟମ ଆୟ

ନୂଆଦିଲ୍ଲୀ,୧୪।୧୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ଅର୍ଦ୍ଧବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର) ନିକଟରେ ଘୋଷଣା କରାଯାଇଛି। ବିଶେଷକରି ନିଗମର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ ଡାଇରେକ୍ଟର୍ସ)ର ନିଷ୍ପତ୍ତିକ୍ରମେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଫଳାଫଳ ସମ୍ପର୍କରେ ଏଲ୍‌ଆଇସି ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ନିଗମର ମୋଟ ପ୍ରିମିୟମ ଆୟ ପ୍ରାୟ ୨୪% (୨୩.୮୭%) ବୃଦ୍ଧି ଘଟି ୨,୩୦,୪୫୬ କୋଟି ଟଙ୍କାରେ ପହଞ୍ଚତ୍ଛି।

ଗତବର୍ଷ ଏହି ସମାନ ଅବଧି ମଧ୍ୟରେ ଏହା ୧,୮୬,୦୫୩ କୋଟି ଟଙ୍କା ଥିଲା। ସେହିଭଳି ନିଗମର ଟିକସ ପରବର୍ତ୍ତୀ ଲାଭ ୧୬,୬୩୫ କୋଟି ଟଙ୍କାକୁ ବୃଦ୍ଧି ଘଟିଛିା ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ ଏହାର ପରିମାଣ ୧,୪୩୭ କୋଟି ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ବର୍ଷ ପ୍ରିମିୟମ ଆୟ କ୍ଷେତ୍ରରେ ନିଗମ ବଜାରରେ ବୀମା କ୍ଷେତ୍ରରେ ମୁଖ୍ୟ ସ୍ଥାନ ବଜାୟ ରଖିଛି। ସେହିପରି ଆଇଆର୍‌ଡିଏ ରିପୋର୍ଟ ଅନୁଯାୟୀ ନିଗମ ଏ କ୍ଷେତ୍ରରେ ମଧ୍ୟ ଗତ ୬ ମାସରେ ୬୮.୨୫% ଅଂଶ ହାସଲ କରିଛି । ଗତ ୬ ମାସରେ ନିଗମ ବ୍ୟକ୍ତିଗତ ବର୍ଗରେ ୮୩,୫୯,୦୨୯ ପଲିସି ବିକ୍ରି କରିଛି ।

ଏ କ୍ଷେତ୍ରରେ ମଧ୍ୟ ନିଗମର ଅଭିବୃଦ୍ଧି ୧୩.୫୫% ଘଟିଛି। କମ୍ପାନୀର ପରିଚାଳନାଗତ ସମ୍ପତ୍ତି ୪୨,୯୩,୭୭୮ କୋଟିରେ ପହଞ୍ଚତ୍ଛି। ପରିଚାଳନାଗତ ଖର୍ଚ୍ଚ ଅନୁପାତ କଥା ବିଚାରକୁ ନେଲେ ଏହା ୧୬.୬୯%ସ୍ତରରେ ରହିଛି ା ଏ ସମ୍ପର୍କରେ ଏଲ୍‌ଆଇସିର ଅଧ୍ୟକ୍ଷ ଏମ୍‌.ଆର୍‌ କୁମାର କହିଛନ୍ତି, ନିଗମର ସମସ୍ତ ଅଂଶୀଦାରଙ୍କୁ ସାଙ୍ଗରେ ନେଇ କାରବାର ବଢ଼ାଇବା ଦିଗରେ ଏଲଆଇସି ଉଦ୍ୟମ ଜାରି ରଖିଛି। ସେହିଭଳି ନିଗମ ଆଗାମୀ ଦିନରେ ମଧ୍ୟ ଭଲ ପ୍ରଦର୍ଶନ ସାଙ୍ଗକୁ ନୂଆ ନୂଆ ସେବା ସୁବିଧା ବୀମାଧାରୀଙ୍କ ପାଇଁ ଉପଲବ୍ଧ କରାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି।

 

Share