ଗାଜା ହସ୍ପିଟାଲରେ ନାହିଁ କରେଣ୍ଟ, ଶିଶୁ ମାନଙ୍କ ତାପମାତ୍ରା ସ୍ଥିର ରଖିବା ପାଇଁ ପାଖକୁ ପାଖ ଲଗାଇ ଶୁଆଇ ଦେଉଛନ୍ତି ଡାକ୍ତର

ନୂଆଦିଲ୍ଲୀ, ୧୩ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ବିଗିଡ଼ିବାରେ ଲାଗିଛି। ହସପିଟାଲ ମାନଙ୍କରେ ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଥିବାରୁ ନାନା ସମସ୍ୟା ଉପୁଜିଛି। ନବଜାତ ଶିଶୁମାନେ ପାଖକୁ ପାଖ ଲାଗି ଶୋଇଛନ୍ତି, କେତେକ ସବୁଜ କପଡ଼ାରେ ଗୁଡ଼ାଇ ହୋଇ ପ୍ରାୟତଃ ଉଷ୍ମତା ପାଇଁ ସେମାନଙ୍କୁ ଏପରି ରଖାଯାଇଛି, ଅନ୍ୟମାନେ କେବଳ ପ୍ୟାଣ୍ଟ ପିନ୍ଧିଥିଲେ। ଏହି ଚିତ୍ର ଦର୍ଶାଉଛି ଯେ ପ୍ରତି ମିନିଟ୍ ସହିତ ସେମାନଙ୍କ ଜୀବନ ବିପଦରେ ରହିଛି।

ହମାସ ଯବାନ ମାନଙ୍କ ସହିତ ଲଢୁଥିବା ଇସ୍ରାଏଲ୍ ଟ୍ୟାଙ୍କ ଘେରି ରହିଥିବା ଗାଜାର ଅଲ ଶିଫା ହସ୍ପିଟାଲରେ ନବଜାତ ଶିଶୁମାନେ ଚିକିତ୍ସିତ ହେଉଛନ୍ତି। ସୋମବାର ଏକ ଟେଲିଫୋନ୍ ସାକ୍ଷାତକାରରେ ଅଲ ଶିଫାର ଶିଶୁ ବିଭାଗର ମୁଖ୍ୟ ଡା. ମହମ୍ମଦ ତବାଶା କହିଛନ୍ତି, “ଗତକାଲି ହସ୍ପିଟାଲରେ ୩୯ ଶିଶୁ ଥିଲେ ଏବଂ ଆଜି ଏହି ସଂଖ୍ୟା ୩୬ ହୋଇସାରିଛି।
ଏହା ସହିତ ସେ କହିଛନ୍ତ ମୁଁ ଏହା କହିପାରିବି ନାହିଁ କି ସେମାନେ କେତେ ସମୟ ପାଇଁ ଜୀବିତ ଅଛନ୍ତି।

ଏହି ନବଜାତ ଶିଶୁମାନଙ୍କର ଓଜନ ୧.୫ କିଲୋଗ୍ରାମରୁ କମ୍ ଏବଂ କେତେକ କ୍ଷେତ୍ରରେ କେବଳ ୭୦୦ କିମ୍ବା ୮୦୦ ଗ୍ରାମ ହେବ। ତେବେ ସେମାନଙ୍କୁ ବର୍ତ୍ତମାନ ଇନକ୍ୟୁବେଟରରେ ରହିବା ଉଚିତ ଯେଉଁଠାରେ ତାପମାତ୍ରା ଏବଂ ଆର୍ଦ୍ରତା ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରିତ ହୋଇପାରିବ। କିନ୍ତୁ ହସ୍ପିଟାଲରେ ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଥିବାରୁ ସେମାନଙ୍କୁ ଖାଲି ସ୍ଥାନରେ ପାଖକୁ ଲଗାଇ ଶୁଆଇ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri