କରୋନା ଦୀପାବଳି ପାଳନ କଲେ ଅନୁଷ୍କା

ମୁମ୍ବାଇ: କରୋନା ମହାମାରୀ ପାଇଁ ଏବେବି ଲୋକଙ୍କ ମନରେ ଭୟ ଥିବା ବେଳେ ଏଥର ଆଲୋକର ପର୍ବ ଦୀପବଳି ବି ଫିକା ପଡି ଯାଇଛି । ବିଶେଷ ଭାବେ ବଲିଉଡ୍ ସେଲିବ୍ରିଟିମାନେ ନିଜ ନିଜ ଘରେ ହିଁ ଏହି ପର୍ବ ପାଳନ କରିଛନ୍ତି । ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଅନୁଷ୍କା ଶର୍ମା ଏଥର ପତି ବିରାଟ କୋହଲିଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହାର କିଛି ଫଟୋ ଏବେ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ଏବେ ଚର୍ଚ୍ଚାକୁ ଆସି ଯାଇଛି । କରୋନା ଚାଲିଥିବାରୁ ଘରେ ସାନିଟାଇଜର ବୋତଲ ରଖି ଏହାକୁ ଫୁଲରେ ସଜାଇଛନ୍ତି ଅନୁଷ୍କା । ଆଉ ଏହାର ଫଟୋ ଶେୟାର କରି ସେ ଲେଖିଛନ୍ତି ସମୟ ଯେମିତି ଚାଲିଛି ଆମକୁ ସେମିତି ପ୍ରସ୍ତୁତ ରହିବାକୁ ପଡିବ । ତେବେ ଅନୁଷ୍କାଙ୍କ ଏହି ସଚେତନତା କେତେକଙ୍କ ପାଇଁ ପ୍ରେରଣା ମଧ୍ୟ ଦେଇଛି । ସୂଚନାଯୋଗ୍ୟ, ଶୀତଋତୁ ଆସୁଥିବାରୁ ଏବେଠାରୁ କରୋନା ପାଇଁ ଆମକୁ ସାମନ୍ୟ ଅଧିକ ସଚେତନ ରହିବା ଜରୁରୀ । ଏହାସହ ଅନୁଷ୍କା ଟ୍ରାଡିଶନାଲ ଗେଟଅପ୍‌ରେ ବି ନଜର ଆସିଛନ୍ତି ।

Share