ଅଧିବେଶନ ପୂର୍ବରୁ ଶାସକ-ବିରୋଧୀ ପ୍ରସ୍ତୁତ:ବିରୋଧୀଙ୍କୁ ପାଲଟା ଆକ୍ରମଣ ପାଇଁ ଭାଜପାର ରଣନୀତି

ଭୁବନେଶ୍ୱର, ୨୨। ୭(ସୁନିତ୍‌ ମିଶ୍ର):ବିଧାନସଭା ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି। ତେଣୁ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଏପରି ସ୍ଥିତିରେ ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ସହିତ ସରକାରୀ ଦଳକୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ଅନ୍ୟପଟେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବା ଲାଗି ଭାଜପା ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରବିବାର ସାରେ ବିଧାନସଭା ସ୍ଥିତ ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବା ଲାଗି ଶାସକ ଦଳର ସଦସ୍ୟମାନେ ନିଜର ପ୍ରସ୍ତୁତି କରିଛନ୍ତି। ପୂର୍ବ ସରକାର ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତି, ଖଣି ଚୋରି, ବିଭିନ୍ନ ଯୋଜନା ଆରମ୍ଭ କରି ଲକ୍ଷାଧିକ ଟଙ୍କା ଲୁଟ୍‌ ଆଦି କଥା ପ୍ରସଙ୍ଗ କରାଯିବ। ଏହାସହ ଭାଜପା ରାଜ୍ୟରେ ପ୍ରଥମେ ସରକାରକୁ ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ଏବଂ ଗଣତି ପ୍ରକ୍ରିୟା ଆରମ୍ଭ କରିବା, ସୁଭଦ୍ରା ଯୋଜନା ଲାଗୁ କରିବାକୁ ପ୍ରସ୍ତୁତି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନେଉଥିବା ପଦକ୍ଷେପ ବାବଦରେ ଗୃହରେ ଆଲୋଚନା କରି ଶାସକ ଦଳ ପାଟି ବନ୍ଦ କରିବାକୁ ଯୋଜନା ରଖିଛି। ସେହିପରି ଆଗକୁ ଶାସକ ଦଳ ଯେଉଁସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଯାଉଛି ସେନେଇ ମଧ୍ୟ ଗୃହରେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରିବ ବୋଲି ଆଲୋଚନା ହୋଇଛି। ତେବେ ମୋହନ ମାଝୀଙ୍କ ନେତୃତ୍ୱରେ ବସିବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଆସି ପହଞ୍ଚିଥିଲେ। କିଛି ସମୟ ଧରି ମୋହନ ମାଝୀ ଉଭୟ ନେତାଙ୍କ ସହିତ ଆଲୋଚନା କରିବା ପରେ ଯାଇ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଭାଜପା ରାଜ୍ୟରେ ସରକାରକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଦଳ ସବୁ କଥାକୁ ବୁଝିବିଚାରି କରିବାକୁ ଚାହୁଁଛି। ଅନ୍ୟପଟେ ବିଜେଡି ବିଧାୟକ ଦଳ ବୈଠକ ଅବସରରେ ନବୀନ କହିଥିଲେ ଯେ, ରଥଯାତ୍ରାର ତ୍ରୁଟିପୂର୍ଣ୍ଣ ପରିଚାଳନା, ବଳଭଦ୍ରଙ୍କୁ ଚାରମାଳ ଉପରେ ଫୋପାଡ଼ିଦେବା, ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ସତ୍ତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା, ଦରଦାମ୍‌ ବୃଦ୍ଧି ଆଦି ପ୍ରସଙ୍ଗ ଗୃହରେ ଉଠାଯିବ। ରାଜ୍ୟରେ ଶାସକ ଦଳ ପାଖରେ ସେତେ ଅଧିକ ସଂଖ୍ୟା ନାହିଁ। କିଛି ଆସନ ଅଧିକ ପାଇ ସେମାନେ ସରକାର କରିଛନ୍ତି। ସେହିପରି କେନ୍ଦ୍ରରେ ମଧ୍ୟ ସେମାନଙ୍କ ଆସନ ସେତେଟା ଅଧିକ ନାହିଁ। ତେଣୁ ବ୍ୟସ୍ତ ନ ହୋଇ ଦୃଢ଼ୋକ୍ତି ସହକାରେ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ଦରକାର। ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ କେତେ ପୂରଣ କରୁଛି ସେଥିପ୍ରତି ଦୃଷ୍ଟି ଦିଅ। ବିଜୁଳି ୩୦୦ ୟୁନିଟ୍‌ କେବେ ସୁଦ୍ଧା ଛାଡ଼ କରିବେ ସେକଥା ଗୃହରେ ପଚାର। ଏଭଳି ଭାବେ ଶାସକ ଦଳକୁ ଟାର୍ଗେଟ କରିବାକୁ ନବୀନ ବିଧାୟକ ଦଳ ବୈଠକରେ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରବିବାର ଚୟନ କରାଯାଇଛି। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ତେଣୁ ତାଙ୍କ ନେତୃତ୍ୱରେ ଦଳ ସୋମବାର ବିଧାୟକ ଦଳ ବୈଠକ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri