ଅଧିବେଶନ ପୂର୍ବରୁ ଶାସକ-ବିରୋଧୀ ପ୍ରସ୍ତୁତ:ବିରୋଧୀଙ୍କୁ ପାଲଟା ଆକ୍ରମଣ ପାଇଁ ଭାଜପାର ରଣନୀତି

ଭୁବନେଶ୍ୱର, ୨୨। ୭(ସୁନିତ୍‌ ମିଶ୍ର):ବିଧାନସଭା ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି। ତେଣୁ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଏପରି ସ୍ଥିତିରେ ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ସହିତ ସରକାରୀ ଦଳକୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ଅନ୍ୟପଟେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବା ଲାଗି ଭାଜପା ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରବିବାର ସାରେ ବିଧାନସଭା ସ୍ଥିତ ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବା ଲାଗି ଶାସକ ଦଳର ସଦସ୍ୟମାନେ ନିଜର ପ୍ରସ୍ତୁତି କରିଛନ୍ତି। ପୂର୍ବ ସରକାର ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତି, ଖଣି ଚୋରି, ବିଭିନ୍ନ ଯୋଜନା ଆରମ୍ଭ କରି ଲକ୍ଷାଧିକ ଟଙ୍କା ଲୁଟ୍‌ ଆଦି କଥା ପ୍ରସଙ୍ଗ କରାଯିବ। ଏହାସହ ଭାଜପା ରାଜ୍ୟରେ ପ୍ରଥମେ ସରକାରକୁ ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ଏବଂ ଗଣତି ପ୍ରକ୍ରିୟା ଆରମ୍ଭ କରିବା, ସୁଭଦ୍ରା ଯୋଜନା ଲାଗୁ କରିବାକୁ ପ୍ରସ୍ତୁତି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନେଉଥିବା ପଦକ୍ଷେପ ବାବଦରେ ଗୃହରେ ଆଲୋଚନା କରି ଶାସକ ଦଳ ପାଟି ବନ୍ଦ କରିବାକୁ ଯୋଜନା ରଖିଛି। ସେହିପରି ଆଗକୁ ଶାସକ ଦଳ ଯେଉଁସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଯାଉଛି ସେନେଇ ମଧ୍ୟ ଗୃହରେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରିବ ବୋଲି ଆଲୋଚନା ହୋଇଛି। ତେବେ ମୋହନ ମାଝୀଙ୍କ ନେତୃତ୍ୱରେ ବସିବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଆସି ପହଞ୍ଚିଥିଲେ। କିଛି ସମୟ ଧରି ମୋହନ ମାଝୀ ଉଭୟ ନେତାଙ୍କ ସହିତ ଆଲୋଚନା କରିବା ପରେ ଯାଇ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଭାଜପା ରାଜ୍ୟରେ ସରକାରକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଦଳ ସବୁ କଥାକୁ ବୁଝିବିଚାରି କରିବାକୁ ଚାହୁଁଛି। ଅନ୍ୟପଟେ ବିଜେଡି ବିଧାୟକ ଦଳ ବୈଠକ ଅବସରରେ ନବୀନ କହିଥିଲେ ଯେ, ରଥଯାତ୍ରାର ତ୍ରୁଟିପୂର୍ଣ୍ଣ ପରିଚାଳନା, ବଳଭଦ୍ରଙ୍କୁ ଚାରମାଳ ଉପରେ ଫୋପାଡ଼ିଦେବା, ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ସତ୍ତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା, ଦରଦାମ୍‌ ବୃଦ୍ଧି ଆଦି ପ୍ରସଙ୍ଗ ଗୃହରେ ଉଠାଯିବ। ରାଜ୍ୟରେ ଶାସକ ଦଳ ପାଖରେ ସେତେ ଅଧିକ ସଂଖ୍ୟା ନାହିଁ। କିଛି ଆସନ ଅଧିକ ପାଇ ସେମାନେ ସରକାର କରିଛନ୍ତି। ସେହିପରି କେନ୍ଦ୍ରରେ ମଧ୍ୟ ସେମାନଙ୍କ ଆସନ ସେତେଟା ଅଧିକ ନାହିଁ। ତେଣୁ ବ୍ୟସ୍ତ ନ ହୋଇ ଦୃଢ଼ୋକ୍ତି ସହକାରେ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ଦରକାର। ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ କେତେ ପୂରଣ କରୁଛି ସେଥିପ୍ରତି ଦୃଷ୍ଟି ଦିଅ। ବିଜୁଳି ୩୦୦ ୟୁନିଟ୍‌ କେବେ ସୁଦ୍ଧା ଛାଡ଼ କରିବେ ସେକଥା ଗୃହରେ ପଚାର। ଏଭଳି ଭାବେ ଶାସକ ଦଳକୁ ଟାର୍ଗେଟ କରିବାକୁ ନବୀନ ବିଧାୟକ ଦଳ ବୈଠକରେ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରବିବାର ଚୟନ କରାଯାଇଛି। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ତେଣୁ ତାଙ୍କ ନେତୃତ୍ୱରେ ଦଳ ସୋମବାର ବିଧାୟକ ଦଳ ବୈଠକ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?