ଗାନ୍ଧୀ ହେବେ ପ୍ରତୀକ

ମୁମ୍ବାଇ: ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ। ଆପ୍ଲଜ୍‌ ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମାଣ ହେବାକୁ ଥିବା ‘ଗାନ୍ଧୀ’ ଓ୍ବେବ୍‌ ସିରିଜ୍‌ରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଫିଲ୍ମ ନିର୍ମାତା ହଂସଲ ମେହତା ଏହାର ନିର୍ଦ୍ଦେଶନା ଦେବେ। ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ ‘ଗାନ୍ଧୀ ବିଫୋର ଇଣ୍ଡିଆ’ ଓ ‘ଗାନ୍ଧୀ: ଦି ଇୟର୍ସ ଦ୍ୟାଟ ଚେଞ୍ଜ୍‌ ଦ ୱାଲର୍‌ଡ’ ଉପରେ ଏହାର କାହାଣୀ ଆଧାରିତ। ଓ୍ବେବ ସିରିଜ୍‌ର ନିର୍ଦ୍ଦେଶନାକୁ ନେଇ ହଂସଲ ମେହତା କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଭଳି ଜଣେ ଐତିହାସିକ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭଳି କଥା ଆସିଲେ ଜଣେ ଫିଲ୍ମ ନିର୍ମାତା ଭାବେ ଏହା ଏକ ବଡ଼ ଦାୟିତ୍ୱ ପାଲଟିଯାଏ। ଏହି ୱେବ୍‌ ସିରିଜ୍‌କୁ ଯଥା ସମ୍ଭବ ବାସ୍ତବ ଭଳି କରିବାକୁ ସବୁପ୍ରକାର ଉଦ୍ୟମ କରାଯିବ। ଦର୍ଶକଙ୍କୁ ଭେଟି ଦେବାକୁ ଯାଉଥିବା ଏହି ସିରିଜ୍‌କୁ ଲୋକେ ମନେ ରଖିବେ ବୋଲି ଆଶାବାଦୀ।

Share