୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଘରେ ଘରେ ଦୀପ ଜାଳିବାକୁ ଅପିଲ କଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୦।୬: ଭାଜପାର ଡବଲ ଇଞ୍ଜିନ୍‌ ସରକାର ପାଇଁ ପ୍ରତିଟି ସାଧାରଣଲୋକ ଦୁଇଟି ଦୀପ ଜାଳିବା ପାଇଁ ପ୍ରତାପ ଷଡ଼ଙ୍ଗୀ ଅପିଲ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଜନଶକ୍ତି ଜାଗ୍ରତ ହୋଇଛି। ଅତ୍ୟାଚାରୀ ସରକାରର ଅନ୍ତ ହୋଇଛି। ଆସନ୍ତାକାଲି ୪.୩୦ରେ ବିଧାୟକ ଦଳ ବୈଠକ ବସିବ। ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ତେଣୁ ଗୋଟିଏ କେନ୍ଦ୍ର ପାଇଁ ଓ ଗୋଟିଏ ଓଡିଶାରେ ସରକାର ଗଠନ ପାଇଁ ଦୀପ ଜାଳିବାକୁ ପ୍ରତାପ ଷଡଙ୍ଗୀ ଅପିଲ କରିଛନ୍ତି।

ରାଜ୍ୟରେ ସରକାର ଗଢିବାକୁ ଯାଉଛି ଭାଜପା। ହେେଏ ଏଯାଏ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି। ଅନ୍ୟପଟେ ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri