ପାଟନା,୯।୧୦: ଜନସୁରାଜ ପାର୍ଟି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଦଳ ୫୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକା ସହିତ ପ୍ରଶାନ୍ତ କିଶୋର ତାଙ୍କର ପ୍ରାର୍ଥୀଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଗାୟକ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ଟ୍ରାନ୍ସଜେଣ୍ଡରଙ୍କ ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି।
ଏପରି ଅନୁମାନ କରାଯାଉଥିଲା ଯେ ପ୍ରଶାନ୍ତ କିଶୋର କରଖାହାର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। କିନ୍ତୁ, ତାଙ୍କ ପ୍ରଥମ ତାଲିକା ଆଧାରରେ, ଏହା ଘଟିନଥିବା ପରି ମନେ ହେଉଛି। ପିକେ ଏହି ଆସନରୁ ଭୋଜପୁରୀ ଗାୟକ ରିତେଶ ପାଣ୍ଡେଙ୍କୁ ଟିକେଟ ଦେଇଛନ୍ତି।
କିନ୍ନର ବା ଟ୍ରାନ୍ସାଜଣ୍ଡର ପ୍ରୀତିଙ୍କୁ ଗୋପାଳଗଞ୍ଜର ଭୋର ବିଧାନସଭା ଆସନରୁ ଟିକେଟ ଦିଆଯାଇଛି। ଜନସୁରାଜ ପାର୍ଟିର ଟିକେଟରେ ଆରକେ ମିଶ୍ର ଦରଭଙ୍ଗା ସଦର ଆସନରୁ ନିର୍ବାଚନ ଲଢ଼ିବେ। କିଶୋର ମୁନ୍ନା ସହରସା ସହରରୁ ଏବଂ ପୂର୍ବତନ ଏଡିଜି ଜେପି ସିଂହ ଛାପ୍ରା ସହରରୁ ନିର୍ବାଚନ ଲଢ଼ିବେ। ଇମାମଗଞ୍ଜ ଆସନ ବିଷୟରେ କହିବାକୁ ଗଲେ, ଜନସୁରଜା ପାର୍ଟି ଏଠାରୁ ଅଜିତ ରାମଙ୍କୁ ଟିକେଟ ଦେଇଛି।

