Posted inଜାତୀୟ

ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରେ ଦେବେ ଯୋଗ

ନୂଆଦିଲ୍ଲୀ,୫।୧: ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ଜନସୁରଜ ସଂଗଠନ ୨୪୩ସିଟ୍‌ରେ ପ୍ରାର୍ଥି ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ଅନୁମାନ କରାଯାଉଛି କି, ପିକେ ଖୁବଶୀଘ୍ର ନିଜ ଜନସୁରଜ ଅଭିଯାନ(ସମାଜ ସେବା ସଂଗଠନ)କୁ ରାଜନୈତିକ ଦଳ ରୂପେ ଗଠନ କରିବେ। କିନ୍ତୁ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା କମ୍‌ ଥିବା ଅନୁମାନ କରାଯାଉଥିବାବେଳେ ୧-୨ସିଟ୍‌ରେ ର୍ନିଦଳୀୟ ପ୍ରାର୍ଥି ଓହ୍ଲାଇବାର ସମ୍ଭାବନା ରହିଛି।

ସୂଚନାଥାଉ କି, ପିକେ ଏବେ ପୁରା ବିହାରରେ ଜନସୁରଜ ପଦଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏହି ଯାତ୍ରା ପୂର୍ବ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଛି। ପିକେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ବିହାର ବିଧାନସଭା ନିର୍ବାଚନ ଲଢିବା ନେଇ ଜନସୁରଜ ପାର୍ଟି ମୁଖପାତ୍ର ସଞ୍ଜୟ ଠାକୁର ଘୋଷଣା କରିଛନ୍ତି।
ପିକେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରେ ବିହାର ରାଜନୀତି ରୋଚକ ମୋଡ ନେବାର ଅନୁମାନ କରାଯାଉଛି। ପିକେ ଏବେ ସବୁଠି ଯାଇ କଂଗ୍ରେସ, ଆରଜେଡି, ଜେଡେୟୁ ସମେତ ସବୁ ପାର୍ଟି ବିରୋଧରେ ପ୍ରଚାର କରୁଛନ୍ତି। ସେ ଏବେ ନିଜର ଏକ ପାର୍ଟି ଗଢି ସବୁ ସିଟରେ ନିର୍ବାଚନ ଲଢିଲେ ଏନଡିଏ ଓ ମହାମେଣ୍ଟକୁ ଚ୍ୟାଲେଞ୍ଜ ହେବେ। ତେବେ ବିହାର ବିଧାନସଭା ନିର୍ବାଚନକୁ ଦେଢ ବର୍ଷ ବାକି ଥିବାବେଳେ ମଇଦାନରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।

ଏହା ପୂର୍ବରୁ ଅନୁମାନ କରାଯାଉଥିଲା କି, ଜନସୁରଜ ସଂଗଠନ କଂଗ୍ରେସ ସହ ମେଣ୍ଟ କରିବ। ପିକେ ଏକ ସାକ୍ଷାତକାରରେ କହିଥିଲେ କି, ତାଙ୍କ ବିଚାରଧାର କଂଗ୍ରେସ ସହ ମିଶୁଛି। କିନ୍ତୁ ପରେ ସେ ଏହାକୁ ଖଣ୍ଡନ କରି କହିଥିଲେ, ଜନସୁରଜର ବିଚାରଧାରା ସ୍ବାଧୀନତା ପୂର୍ବ କଂଗ୍ରେସ ସହ ସମାନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ନୂଆବର୍ଷରେ ପ୍ରେମିକଙ୍କୁ ଘରକୁ ଡାକିଲେ ପ୍ରେମିକା, ଶାରୀରିକ ସମ୍ପର୍କ ରଖି ସାରିବା ପରେ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ, କାରଣ ଜାଣିଲେ…

ମୁମ୍ବାଇ,୨।୧: ନୂଆବର୍ଷ ଦିନ ମୁମ୍ବାଇର ସାନ୍ତାକ୍ରୁଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ତାଙ୍କ ପ୍ରେମିକଙ୍କୁ ନୂଆବର୍ଷ ପାଇଁ ଘରକୁ ନିମନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri