Posted inଜାତୀୟ

ପ୍ରଶାନ୍ତଙ୍କ ଆବେଦନ ଖାରଜ: ୨- ୩ ଦିନ ଚିନ୍ତା କର

ନୂଆଦିଲ୍ଲୀ,୨୧ା୮(ପି.ଟି.): ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ଦଣ୍ଡ ଶୁଣାଣି ଥିଲା। ହେଲେ ଦେଶବ୍ୟାପୀ ପ୍ରଶାନ୍ତଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଥିବାବେଳେ ସୁପ୍ରିମକୋର୍ଟ ବିଚାରପତିଙ୍କ କାର୍ଯ୍ୟକଳାପ ବିରୋଧରେ ବାତାବରଣ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ମଧ୍ୟ ସେ ତାହାକୁ ଅସ୍ବୀକାର କରିଥିଲେ। ଫଳରେ ଗୁରୁବାର ସୁପ୍ରିମକୋର୍ଟ ରାୟ ଦେବା ପରିବର୍ତ୍ତେ ଏଥିପାଇଁ ଚିନ୍ତା କରିବାକୁ ଆଉ୨/୩ ଦିନ ସମୟ ଦେଇଛନ୍ତି। ଅପରପକ୍ଷରେ ଦଣ୍ଡବିଧାନ ଶୁଣାଣି ବୃହତର ଖଣ୍ଡପୀଠରେ କରିବା ପାଇଁ ପ୍ରଶାନ୍ତ କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଦୋଷୀସାବ୍ୟସ୍ତ ରାୟ ବିରୋଧରେ ସେ କରିଥିବା ରିଭ୍ୟୁ ପିଟିଶନ ଉପରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ପ୍ରଶାନ୍ତଙ୍କୁ ଦଣ୍ଡବିଧାନ କରାଯିବ ନାହିଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରତିଶ୍ରୁତି ଦେଇଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ବି.ଆର୍‌. ଗାଭି ଏବଂ କ୍ରିଷ୍ଣ ମୁରାରୀ ରହିଛନ୍ତି। ନ୍ୟାୟପାଳିକା ବିରୋଧରେ ଅଦାଲତ ଅବମାନନା ଟୁଇଟ୍‌ ପାଇଁ କ୍ଷମା ମାଗିବାକୁ ପ୍ରଶାନ୍ତ ଭୂଷଣ ମନା କରିଦେଇଥିବାରୁ ଏଭଳି ଅବଜ୍ଞାପୂର୍ଣ୍ଣ ମନ୍ତବ୍ୟର ପୁନର୍ବିଚାର ଲାଗି ଅଦାଲତ ତାଙ୍କୁ ଦୁଇ ତିନି ଦିନ ସମୟ ଦେଇଛନ୍ତି। ପ୍ରଶାନ୍ତ ତାଙ୍କ ଓକିଲମାନଙ୍କ ସହ ପରାମର୍ଶ କରି ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠକୁ କହିଛନ୍ତି। ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀସାବ୍ୟସ୍ତ ହୋଇସାରି ଥିବାରୁ ତାଙ୍କୁ କୌଣସି ଦଣ୍ଡ ନ ଦେବା ପାଇଁ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ତେବେ ପ୍ରଶାନ୍ତ ତାଙ୍କ ପୂର୍ବ ବିବୃତିର ପୁନର୍ବିଚାର ନ କରିବା ପର୍ଯ୍ୟନ୍ତ ବେଣୁଗୋପାଳଙ୍କ ଅନୁରୋଧକୁ ବିଚାରକୁ ନିଆଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ଯଦି ପ୍ରଶାନ୍ତ ତାଙ୍କ ଭୁଲ୍‌ ପାଇଁ ଅନୁତାପ କରନ୍ତି ତେବେ ଅଦାଲତ ନରମ ଆଭିମୁଖ୍ୟ ଗ୍ରହଣ କରିପାରିବେ ବୋଲି ଖଣ୍ଡପୀଠ କହିବା ସହ ପରବର୍ତ୍ତୀ ଶୁଣାଣି ୨୪ରେ କରିବାକୁ ଧାର୍ଯ୍ୟ କରିଛନ୍ତି। ସାଧାରଣତଃ ଅଦାଲତ ଅବମାନନା ମାମଲାରେ ଦୋଷୀସାବ୍ୟସ୍ତ ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ, କିମ୍ବା ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri