Posted inଜାତୀୟ

ପ୍ରଶାନ୍ତଙ୍କ ଆବେଦନ ଖାରଜ: ୨- ୩ ଦିନ ଚିନ୍ତା କର

ନୂଆଦିଲ୍ଲୀ,୨୧ା୮(ପି.ଟି.): ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ଦଣ୍ଡ ଶୁଣାଣି ଥିଲା। ହେଲେ ଦେଶବ୍ୟାପୀ ପ୍ରଶାନ୍ତଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଥିବାବେଳେ ସୁପ୍ରିମକୋର୍ଟ ବିଚାରପତିଙ୍କ କାର୍ଯ୍ୟକଳାପ ବିରୋଧରେ ବାତାବରଣ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ମଧ୍ୟ ସେ ତାହାକୁ ଅସ୍ବୀକାର କରିଥିଲେ। ଫଳରେ ଗୁରୁବାର ସୁପ୍ରିମକୋର୍ଟ ରାୟ ଦେବା ପରିବର୍ତ୍ତେ ଏଥିପାଇଁ ଚିନ୍ତା କରିବାକୁ ଆଉ୨/୩ ଦିନ ସମୟ ଦେଇଛନ୍ତି। ଅପରପକ୍ଷରେ ଦଣ୍ଡବିଧାନ ଶୁଣାଣି ବୃହତର ଖଣ୍ଡପୀଠରେ କରିବା ପାଇଁ ପ୍ରଶାନ୍ତ କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଦୋଷୀସାବ୍ୟସ୍ତ ରାୟ ବିରୋଧରେ ସେ କରିଥିବା ରିଭ୍ୟୁ ପିଟିଶନ ଉପରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ପ୍ରଶାନ୍ତଙ୍କୁ ଦଣ୍ଡବିଧାନ କରାଯିବ ନାହିଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରତିଶ୍ରୁତି ଦେଇଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ବି.ଆର୍‌. ଗାଭି ଏବଂ କ୍ରିଷ୍ଣ ମୁରାରୀ ରହିଛନ୍ତି। ନ୍ୟାୟପାଳିକା ବିରୋଧରେ ଅଦାଲତ ଅବମାନନା ଟୁଇଟ୍‌ ପାଇଁ କ୍ଷମା ମାଗିବାକୁ ପ୍ରଶାନ୍ତ ଭୂଷଣ ମନା କରିଦେଇଥିବାରୁ ଏଭଳି ଅବଜ୍ଞାପୂର୍ଣ୍ଣ ମନ୍ତବ୍ୟର ପୁନର୍ବିଚାର ଲାଗି ଅଦାଲତ ତାଙ୍କୁ ଦୁଇ ତିନି ଦିନ ସମୟ ଦେଇଛନ୍ତି। ପ୍ରଶାନ୍ତ ତାଙ୍କ ଓକିଲମାନଙ୍କ ସହ ପରାମର୍ଶ କରି ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠକୁ କହିଛନ୍ତି। ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀସାବ୍ୟସ୍ତ ହୋଇସାରି ଥିବାରୁ ତାଙ୍କୁ କୌଣସି ଦଣ୍ଡ ନ ଦେବା ପାଇଁ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ତେବେ ପ୍ରଶାନ୍ତ ତାଙ୍କ ପୂର୍ବ ବିବୃତିର ପୁନର୍ବିଚାର ନ କରିବା ପର୍ଯ୍ୟନ୍ତ ବେଣୁଗୋପାଳଙ୍କ ଅନୁରୋଧକୁ ବିଚାରକୁ ନିଆଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ଯଦି ପ୍ରଶାନ୍ତ ତାଙ୍କ ଭୁଲ୍‌ ପାଇଁ ଅନୁତାପ କରନ୍ତି ତେବେ ଅଦାଲତ ନରମ ଆଭିମୁଖ୍ୟ ଗ୍ରହଣ କରିପାରିବେ ବୋଲି ଖଣ୍ଡପୀଠ କହିବା ସହ ପରବର୍ତ୍ତୀ ଶୁଣାଣି ୨୪ରେ କରିବାକୁ ଧାର୍ଯ୍ୟ କରିଛନ୍ତି। ସାଧାରଣତଃ ଅଦାଲତ ଅବମାନନା ମାମଲାରେ ଦୋଷୀସାବ୍ୟସ୍ତ ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ, କିମ୍ବା ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri