Posted inଜାତୀୟ

ଚୁକ୍ତି ରଦ୍ଦ କରିପାରେ ପ୍ରସାର ଭାରତୀ

ନୂଆଦିଲ୍ଲୀ,୨୮ା୬: ଚାଇନା ରାଷ୍ଟ୍ରଦୂତ ସହିତ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ବିବାଦୀୟ ସାକ୍ଷାତ୍‌କାର ପରିପ୍ରେକ୍ଷୀରେ ଉକ୍ତ ନ୍ୟୁଜ୍‌ ଏଜେନ୍ସି ସହ ଚୁକ୍ତିନାମାର ସମୀକ୍ଷା କରୁଛି ପ୍ରସାର ଭାରତୀ। ଭାରତର ଅନ୍ୟତମ ସର୍ବପୁରାତନ ତଥା ସର୍ବବୃହତ୍‌ ଖବର ସଂଗ୍ରହ ସଂସ୍ଥା ପିଟିଆଇ କିଛିଦିନ ପୂର୍ବରୁ ଚାଇନା ରାଷ୍ଟ୍ରଦୂତଙ୍କ ସାକ୍ଷାତ୍‌କାର ପ୍ରକାଶ କରି ସମାଲୋଚିତ ହୋଇଛି। ଉକ୍ତ ସାକ୍ଷାତ୍‌କାରରେ ସନ୍‌ ଲଦାଖ ସୀମା ସଙ୍କଟ ଏବଂ ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥିବା ଆକ୍ରମଣ ପାଇଁ ସିଧାସଳଖ ଭାରତକୁ ଦୋଷ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରସାର ଭାରତୀ ନ୍ୟୁଜ୍‌ ସର୍ଭିସେସ୍‌ (ପିବିଏନ୍‌ଏସ୍‌) ଶନିବାର ପିଟିଆଇକୁ ପତ୍ର ଲେଖି ଉକ୍ତ ରିପୋର୍ଟ ପରିପ୍ରେକ୍ଷୀରେ ସଂସ୍ଥା ସହ ସମ୍ପର୍କ ରଖିବ କି ନାହିଁ ସମୀକ୍ଷା କରୁଥିବା ଜଣାଇଦେଇଛି। ଏଭଳି ସାକ୍ଷାତକାର ଭାରତର ଜାତୀୟ ସ୍ବାର୍ଥ ବିରୋଧୀ ଏବଂ ଦେଶର ଆଞ୍ଚଳିକ ସଂହତି ପ୍ରତି କ୍ଷତି ପହଞ୍ଚାଇପାରେ ବୋଲି ପିବିଏନ୍‌ଏସ୍‌ ଅଭିଯୋଗ କରିଛି।
ବାର୍ଷିକ ଗ୍ରାହକ ଶୁଳ୍କ ବାବଦରେ ପ୍ରସାର ଭାରତୀ ପିଟିଆଇକୁ ୬.୭୫ କୋଟି ଟଙ୍କା ପଇଠ କରିଥାଏ। ଏହି ଚୁକ୍ତି ବାତିଲ କରିବା ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ଏକ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ପିଟିଆଇର ମତାମତ ମିଳିପାରି ନାହିଁ। ଚାଇନା ରାଷ୍ଟ୍ରଦୂତଙ୍କ ସାକ୍ଷାତ୍‌କାରକୁ ନେଇ କରାଯାଉଥିବା ସମାଲୋଚନା ଏକପାଖିଆ ଓ ଏହା ଠିକ୍‌ ନୁହେଁ ବୋଲି ପୂର୍ବରୁ ପିଟିଆଇ କହିଥିଲା।
ରାଷ୍ଟ୍ରାୟତ୍ତ ସଂସ୍ଥା ଅଲ୍‌ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ମୂଳ ସଂସ୍ଥା ପ୍ରସାର ଭାରତୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛି, ପିଟିଆଇର କାର୍ଯ୍ୟ ଏକ ଜନସେବା ପ୍ରସାରଣକାରୀ ସଂସ୍ଥା ଭାବେ ଥିବା ଏହାର ମୂଲ୍ୟବୋଧର ବିଶେଷକରି ପ୍ରସାର ଭାରତୀୟ ଆଇନ, ୧୯୯୦ର ଧାରା ୧୨ରେ
ଥିବା ନିୟମର ବିରୁଦ୍ଧାଚରଣ କରୁଛି। ତେଣୁ
ପିଟିଆଇ ସେବା ବଳବତ୍ତର ରଖିବା ପ୍ରସାର ଭାରତୀ ପକ୍ଷେ ଉଚିତ ହୋଇ ନ ପାରେ ବୋଲି ଏଥିରେ କୁହାଯାଇଛି।
ପ୍ରସାର ଭାରତୀ ଆଇନର ଧାରା ୧୨ ୨(କ) ଅନୁଯାୟୀ ଜନସେବା ପ୍ରସାରଣକାରୀ ସଂସ୍ଥା କାର୍ଯ୍ୟ କଲାବେଳେ ଦେଶର ଏକତା ଓ ସଂହତି ବଜାୟ ରଖିବା ଲକ୍ଷ୍ୟ ଦ୍ୱାରା ପରିଚାଳିତ ହେବାକୁ ବାଧ୍ୟ। ପୂର୍ବରୁ ପିଟିଆଇର ଏଭଳି ଭୁଲ୍‌କୁ ‘ସମ୍ପାଦକୀୟ ତ୍ରୁଟି’ କହି ପ୍ରସାର ଭାରତୀ ଏହାର ପ୍ରତିବାଦ କରିଥିଲା। ଏଭଳି ଭୁଲ୍‌ ଖବରର ପ୍ରଚାର ଜନସ୍ବାର୍ଥ ବିରୋଧୀ ବୋଲି ପ୍ରସାରଣ ସଂସ୍ଥା ପକ୍ଷରୁ ସତର୍କ କରାଇଦିଆଯାଇଥିଲା।
୨୦୧୬-୧୭ରୁ ବାର୍ଷିକ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦେୟକୁ ସଂଶୋଧନ କରିବା ଲାଗି ପ୍ରସାର ଭାରତୀ ଉଦ୍ୟମ କରିଆସୁଥିଲେ ହେଁ ପିଟିଆଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା। ୨୦୧୭-୧୮ରେ ପ୍ରସାର ଭାରତୀ ଏକପାଖିଆ ଭାବେ ଦେୟ ୨୫ ପ୍ରତିଶତ କମାଇଦେଇଥିଲା ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି। ୧୯୪୭ରେ ପଞ୍ଜୀକୃତ ହୋଇଥିବା ପିଟିଆଇ ୧୯୪୯ରୁ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରସାର ଭାରତୀ ପିଟିଆଇକୁ ସର୍ବାଧିକ ଦେୟ
ପ୍ରଦାନ କରୁଛି। ଏହା ସତ୍ତ୍ୱେ ଖବରଦାତା ଓ
ସ୍ବାଧୀନ ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ପିଟିଆଇ ବୋର୍ଡରେ ପ୍ରସାର ଭାରତୀ ପାଇଁ ସ୍ଥାନ ନାହିଁ। ପିଟିଆଇ ଓ୍ବେବ୍‌ସାଇଟ ଅନୁଯାୟୀ ଏହାର ଦେଶ ବିଦେଶରେ ୪୦୦ରୁ ଅଧିକ ଖବରଦାତା ଏବଂ ୫୦୦ ଷ୍ଟ୍ରିଞ୍ଜର୍‌ ଦୈନିକ ୨୦୦୦ରୁ ଅଧିକ ନ୍ୟୁଜ୍‌ ଓ ୨୦୦ ଫଟୋ ପଠାଇଥାନ୍ତି। ସଂସ୍ଥା ବିଶ୍ୱ ସ୍ତରରେ ଏହାର ଉପସ୍ଥିତି ଜାରି କରିବା ଲାଗି ଅନେକ ବିଦେଶୀ ନ୍ୟୁଜ୍‌ ଏଜେନ୍ସି ସହ ଖବର ଆଦାନପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri