ପାଣ୍ଡିଆନ୍‌ଙ୍କ ଗୁମର ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: ବିଜୁ ପଟ୍ଟନାୟକ-ଗୀତା ମେହେଟ୍ଟାଙ୍କୁ ନେଇ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୭।୧୦: ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେଉଛନ୍ତି। ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ନ ଯାଉ ବୋଲି ପାଣ୍ଡିଆନ ଚାହୁଁଥିବା ସେ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାଟ୍ଟଶାଣୀ କହିଛନ୍ତି, ମୁଁ ସଂସଦରେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲି। ଏହାପରେ ପାଣ୍ଡିଆନ ମୋତେ ଫୋନ କରି ସଂସଦରେ କାହିଁକି ପଚାରିଲି ବୋଲି ପଚାରିବା ସହ ତୁମର କ’ଣ ଦରକାର ଥିଲା, ତୁମେ କାହିଁକି ଏକଥା ଉଠାଇଲ ବୋଲି ମୋତେ କହିଥିଲେ।

କେବଳ ଏତିକି ନୁହେଁ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉରୀ ଗୀତା ମେହେଟ୍ଟାଙ୍କୁ ନେଇ ମଧ୍ୟ ପାଟ୍ଟଶାଣୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଗୀତା ମେହେଟ୍ଟାଙ୍କୁ ରାଜ୍ୟ ସଭା ପଠାଇବାକୁ ପାଣ୍ଡିଆନ ବିରୋଧ କରିଥିଲେ। ଥରେ ମୋତେ ପାଣ୍ଡିଆନ ଫୋନ କରି ତୁମେ କାହିଁକି ଗୀତାଙ୍କୁ ରାଜ୍ୟ ସଭା ପଠାଇବାକୁ କହୁଥିଲ ବୋଲି କହିଥିଲେ। ତାଙ୍କଠାରୁ ଏଭଳି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

ସୂଚନାଯୋଗ୍ୟ, ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ଗଣମାଧ୍ୟମକୁ ସେ କହିଥିଲେ, ପାଣ୍ଡିଆନଙ୍କ ପାଇଁ ସେ ବିଜେଡି ଛାଡ଼ିଛନ୍ତି ।
ସେ ଥିବା ଯାଏ ବିଜେଡି କେବେ ଜିତିବନି। ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା। ମୁଁ ସ୍ପଷ୍ଟ ଭାବେ କହୁଛି ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ିଦେଲି। ତାଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା। ଯେ ପର୍ଯ୍ୟନ୍ତ ସେ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି। ଅମର ଶତପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି। ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ, ସେ କଥା ସମସ୍ତେ ଦେଖିଲେ। ଦଳରେ ଥିଲାବେଳେ ମୁଁ ନବୀନ ବାବୁଙ୍କ ସହ ବୁଲୁଥିଲି। ତାଙ୍କ ପ୍ରତି ମୋର ଦୁର୍ବଳତା ରହିବା ସ୍ବାଭାବିକ। ମୁଁ ତାଙ୍କ ବିରୋଧରେ କେବେ କିଛି କହି ନାହିଁ କି ଏବେ ମଧ୍ୟ କହୁ ନାହିଁ। ଲୋକେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହୁ ନାହାନ୍ତି। ସମସ୍ତେ ପାଣ୍ଡିଆନଙ୍କ ବିରୋଧରେ କହୁଛନ୍ତି ବୋଲି ପ୍ରସନ୍ନ କହିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ , ୨୦୨୪ରେ ବହୁ ଆଶା କରିଥିଲେ ମଧ୍ୟ ବିଜେଡି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ୍‌ ଦେଇ ନ ଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଭାଜପା ମୁହାଁ ହୋଇଥିଲେ ।
ନିର୍ବାଚନ ପ୍ରଚାର ବେଳେ ଭାଜପା ଉତ୍ତରୀୟ ପିନ୍ଧିଥିଲେ। ପରେ ଦିଲ୍ଲୀ ଯାଇ ଭାଜପାରେ ମିଶିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri