Posted inଖେଳ

ପ୍ରମୋଦ-ସୁକାନ୍ତ ନମ୍ବରଓ୍ବାନ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ପାରା ବ୍ୟାଡ୍‌ମିଣ୍ଟନ ପୁରୁଷ ଡବଲ୍ସରେ ବିଶ୍ୱର ନମ୍ବରଓ୍ବାନ ହୋଇଛନ୍ତି। ବୁଧବାର ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ ପକ୍ଷରୁ ଏହା ଘୋଷଣା କରାଯାଇଛି। ବ୍ରାଜିଲରେ ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ପୁରୁଷ ଡବଲ୍ସରେ ଦୁହେଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏସ୍‌ଏଲ୍‌ ୩- ଏସ୍‌ଏଲ୍‌ ୪ ବର୍ଗରେ ପ୍ରମୋଦ ଓ ସୁକାନ୍ତ ଗତ ୮ ମାସଧରି ସାଥିହୋଇ ଖେଳି ୩ଟି ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁହେଁ ୨୦୨୨ ଥାଇଲାଣ୍ଡ, ୨୦୨୩ ସ୍ପାନିଶ୍‌ ଓ ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଏଥିରେ ସ୍ବାଭାବିକ ଭାବେ ଖୁସି ପ୍ରକାଶ କରିଛନ୍ତି ଓଡ଼ିଶାର ପ୍ରମୋଦ। ”ମୁଁ ପୁଣିଥରେ ବିଶ୍ୱର ନମ୍ବରଓ୍ବାନ ହୋଇପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ମୁଁ ଓ ସୁକାନ୍ତ କଠିନ ପରିଶ୍ରମ କରି ଆଜି ଏଠାରେ ପହଞ୍ଚତ୍ ପାରିଛୁ। ଏହା ଆରମ୍ଭ ମାତ୍ର। ଆମେ ଦୁହେଁ ଅଧିକରୁ ଅଧିକ ସଫଳତା ହାସଲ କରି ଭାରତକୁ ଗର୍ବିତ କରିବାକୁ ଚେଷ୍ଟା କରିବୁ“ ବୋଲି ପଦ୍ମଶ୍ରୀ ଓ ଖେଳରନତ୍ ପୁରସ୍କାରପ୍ରାପ୍ତ ପ୍ରମୋଦ ପ୍ରକାଶ କରିଛନ୍ତି। ସୁକାନ୍ତ କହିଛନ୍ତି ଯେ, ”ପରିଶ୍ରମର ଫଳ ମିଳିଛି। ଏହି ଫର୍ମ ଜାରିରଖି ଆଗକୁଥିବା ଟୁର୍ନାମେଣ୍ଟଗୁଡ଼ିକରେ ସଫଳତା ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ବିଶ୍ୱର ନମ୍ବର ଓ୍ବାନ ହେବା ଆମକୁ ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରିଛି। କେତେକ କ୍ଷେତ୍ରରେ ତ୍ରୁଟି ରହିଛି। ଆମେ ତାହାକୁ ସୁଧାରିବା ଉପରେ ଫୋକସ କରୁଛୁ“। ପ୍ରମୋଦ ଓ ସୁକାନ୍ତ ଆଗାମୀ ଦିନରେ ହେବାକୁଥିବା ଥାଇଲାଣ୍ଡ ଓ ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ଆଦି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri