Posted inଖେଳ

ପ୍ରମୋଦଙ୍କୁ ଏସିଆନ ପାରା ଗେମ୍ସ ଯୋଗ୍ୟତା

ଭୁବନେଶ୍ୱର, ୨୭।୭ (ତପନ ସ୍ବାଇଁ): ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଭଲ ଖବର। ଚାଇନାର ହାଙ୍ଗଝୋଉରେ ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ହେବାକୁଥିବା ୪ର୍ଥ ଏସିଆନ ପାରା ଗେମ୍ସ ପାଇଁ ରାଜ୍ୟର ତାରକା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଯୋଗ୍ୟତା ଅର୍ଜନ କରିଛନ୍ତି। କେବଳ ଗୋଟିଏ ନୁହେଁ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଆଦି ୩ଟି ଇଭେଣ୍ଟ ପାଇଁ ସେ ଯୋଗ୍ୟତା ପାଇଛନ୍ତି। ଆଗାମୀ ପାରା ଏସିଆନ ଗେମ୍ସ ପାଇଁ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ସେ ଯୋଗ୍ୟତା ହାସଲ କରିଛନ୍ତି। ଏସିଆନ ଯୋଗ୍ୟତା ପାଇଁ ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚଳିତ ମାସ ୨୪ରୁ ୨୬ ପର୍ଯ୍ୟନ୍ତ ଟ୍ରାଏଲ୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରମୋଦଙ୍କ ସମେତ ଓଡ଼ିଶାରୁ ୪ ଖେଳାଳି ଭାଗ ନେଇଥିଲେ। ମାତ୍ର ପ୍ରମୋଦ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାରାଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ସିଙ୍ଗଲ୍ସ ଟ୍ରାଏଲ୍ସରେ ପ୍ରାଧାନ୍ୟ ବିସ୍ତାର କରି ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଥିଲେ। ଡବଲ୍ସରେ ତାଙ୍କ ପାର୍ଟନର ଥିଲେ ଅନ୍ୟତମ ଭାରତୀୟ ଖେଳାଳି ସୁକାନ୍ତ କଦମ। ପ୍ରମୋଦ-ସୁକାନ୍ତ ଯୋଡ଼ି ୪ ମ୍ୟାଚରୁ ୩ଟିରେ ବିଜୟୀ ହୋଇ ଏସିଆନ ପାରା ଗେମ୍ସ ଟିକେଟ ପାଇଥିଲେ। ସେହିପରି ମିକ୍ସଡ ଡବଲ୍ସରେ ମନୀଷା ରାମଦାସଙ୍କୁ ସାଥିକରି ପ୍ରମୋଦ ୬ ଗେମ୍‌ରୁ ୫ଟିରେ ଜିତି ଯୋଗ୍ୟତା ଅର୍ଜନ କରିଥିଲେ।
ମୁଖ୍ୟ ଟୁର୍ନାମେଣ୍ଟକୁ ଅପେକ୍ଷା
ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି ପ୍ରମୋଦ। ”ଏସିଆନ ପାରା ଗେମ୍ସର ୩ଟି ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଟ୍ରାଏଲ୍ସରେ ମୋର ପ୍ରଦର୍ଶନ ଭଲ ରହିଥିଲା। ମୋ ମତରେ ବଡ଼ ଟୁର୍ନାମେଣ୍ଟଗୁଡ଼ିକ ପାଇଁ ଟ୍ରାଏଲ୍ସ ହେବା ଉଚିତ। ଏହାଦ୍ୱାରା ପ୍ରତ୍ୟେକ ଖେଳାଳି ସୁଯୋଗ ପାଇପାରିବେ। ଯୁବ ଖେଳାଳିମାନେ ମଧ୍ୟ ମୋଟିଭେଟ ହୋଇପାରିବେ ଏବଂ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ। ଏବେ ଟୁର୍ନାମେଣ୍ଟକୁ ମୁଁ ଆଗ୍ରହର ସହିତ ଅପେକ୍ଷା କରିଛି“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ପ୍ରମୋଦଙ୍କ ପାଇଁ ଏସିଆନ ପାରା ଗେମ୍ସ ଯୋଗ୍ୟତା ଏହା ନୂଆ ନୁହେଁ। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଏବଂ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୧୪ରେ ଇଞ୍ଚତ୍ଅନରେ ଆୟୋଜିତ ପ୍ରତିଯୋଗିତାରେ ସେ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିବା ପ୍ରମୋଦ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ୨୦୧୯ରେ ସେ ଅର୍ଜୁନ ଏବଂ ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ। ୨୦୨୧ରେ ଖେଳରନତ୍ ପୁରସ୍କାର ପାଇଥିବା ଏହି ପାରା ବ୍ୟାଡ୍‌ମିଣ୍ଟନ ତାରକା ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri