ଜିଲାର ନାଁ ରଖିଲେ ପ୍ରମୋଦ: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର

 

ତୁମୁଡିବନ୍ଧ, ୬।୧୦(ଦୀପକ କୁମାର ପରାସେଠ): ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା ପୁଅ ପ୍ରମୋଦ ଦଳପତି । ଏଭଳି ଏକ ଦୁର୍ଗମ ଗାଁରୁ ଚଳିତ ବର୍ଷ ITI ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି। ପ୍ରମୋଦଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା। ଗତ ଗୁରୁବାର ସେ ଓ ବାପା ରାଜେନ୍ଦ୍ର ଦଳପତି ଦୁହେଁ ମିଶି ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସାପତ୍ର ଗ୍ରହଣ କରି ଫେରିବା ପରେ ତାଙ୍କୁ ପରିବାର ଓ ଆତ୍ମୀୟ ସ୍ବଜନ ଏବଂ ଅଞ୍ଚଳବାସୀ ସୋମବାର ପୂର୍ବାହ୍ନରେ ଫୁଲମାଳ ପିନ୍ଧାଇ , ଡିଜେ ବଜାଇ ଶୋଭା ଯାତ୍ରାରେ ଘରକୁ ପାଛୋଟି ନେଇଥିଲେ। ଲଙ୍କାଗଡ଼ ପଞ୍ଚାୟତ, ତୁମୁଡିବନ୍ଧ ବ୍ଲକ , କନ୍ଧମାଳ ଜିଲା ପାଇଁ ଏବଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁନା ପୁଅ ପ୍ରମୋଦ। ଗାଁର ବୁଦ୍ଧିଜୀବୀ, ବୟୋଜ୍ୟୋଷ୍ଠ, ଗୁରୁଜନ ଏବଂ ସହପାଠୀ ପ୍ରମୋଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଅବସରରେ ଦୁର୍ଗମ ଲଙ୍କାଗଡ଼ ଯେଉଁଠି ନା ଅଛି ନେଟୱର୍କ, ନା ଉତ୍ତମ ରାସ୍ତାଘାଟ। ବିଦ୍ୟୁତ ଏଠି ବର୍ଷର ଅଧାଦିନ ରୁହେନି। ଏଭଳି ସ୍ଥିତିରେ ନିଜର ସଂଘର୍ଷମୟ ଯାତ୍ରା ଏବଂ ପାଇଥିବା ସଫଳତାର ସତ୍ୟତା ଗଣମାଧ୍ୟମ ଆଗରେ ବଖାଣିଥିଲେ। ତାଙ୍କର ଦରିଦ୍ରତା ଏବଂ ସକଳ ସମସ୍ୟା ମଧ୍ୟରେ ଯେଉଁ କୃତିତ୍ୱ ସେ ପାଇଛନ୍ତି ସେଥିପାଇଁ ନିଜ ପରିବାର, ଆତ୍ମୀୟସ୍ବଜନ, ଅଞ୍ଚଳବାସୀ ଏବଂ ଫୁଲବାଣୀ ସ୍ଥିତ ସରକାରୀ ITI କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି । ଏହାସହିତ ନିଜ ଗାଁ ଲଙ୍କାଗଡ଼ର ପାଠୁଆ ଯୁବପିଢ଼ିଙ୍କୁ ସେ ଉତ୍ସାହିତ କରିଛନ୍ତି । ଅଞ୍ଚଳର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କଲେ ଆଉ କେତେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇପାରିବ ବୋଲି ପ୍ରମୋଦ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri