Categories: ବାଣିଜ୍ୟ

ଭୁବନେଶ୍ୱରରେ ପ୍ରାମା ବ୍ରାଣ୍ଡ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୫।୨: ଦେଶର ପ୍ରମୁଖ ସ୍ବଦେଶୀ ସୁରକ୍ଷା ଏବଂ ନିରୀକ୍ଷଣ ଉତ୍ପାଦ ଉତ୍ପାଦନକାରୀ କମ୍ପାନୀ ପ୍ରାମା ଇଣ୍ଡିଆ ପ୍ରା.ଲିଃ.ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ସହଯୋଗୀ ସଂସ୍ଥା କିରେଷ୍ଟୁ ସ୍ମାର୍ଟ ପ୍ରୋ ସହ ମିଳିତ ଭାବେ ଭୁବନେଶ୍ୱରଠାରେ ଏହାର ବ୍ରାଣ୍ଡ୍‌ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଓଡ଼ିଶା ବଜାରରେ କମ୍ପାନୀର ବଜାର ପ୍ରବେଶ ସାଙ୍ଗକୁ ଭିଡିଓ ସୁରକ୍ଷା ଉତ୍ପାଦ ଏବଂ ସମାଧାନର ବ୍ୟାପକ ପରିସର ଉପଲବ୍ଧ କରାଇଛି। ଏହି ଅବସରରେ କମିଶନରେଟ ପୋଲିସର ବରିଷ୍ଠ ପୋଲିସ ଅଧିକାରୀ ତଥା ଏସିପି ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ପ୍ରମା ଇଣ୍ଡିଆ ପ୍ରା.ଲିଃ.ର ଏମ୍‌ଡି ତଥା ସିଇଓ ଆଶିଷ ପି. ଧକନ କହିଛନ୍ତି, ଉକ୍ତ ଷ୍ଟୋର ଖୋଲିବା ସହ ଇଭେଣ୍ଟ ଅଂଶୀଦାରମାନଙ୍କ ପାଇଁ ଆମର ଦୀର୍ଘକାଳୀନ ଧ୍ୟାନ ଏବଂ ପ୍ରତିବଦ୍ଧତାକୁ ସୂଚିତ କରିଛି। ବିଶେଷକରି ପ୍ରାମା ଇଣ୍ଡିଆ ସହ ଜଡ଼ିତ ସମସ୍ତ ସୁରକ୍ଷା ବୃତ୍ତିଗତଙ୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି କିରେଷ୍ଟୁ ସ୍ମାର୍ଟ ପ୍ରୋ ପ୍ରାଇଭେଟ ଅନିଲ କୁମାର ସାହୁ କହିଛନ୍ତି, ପ୍ରାମା ଇଣ୍ଡିଆ ସହ ମିଳିତ ଭାବେ ଭୁବନେଶ୍ୱରର ପ୍ରଥମ ପ୍ରାମା ବ୍ରାଣ୍ଡ୍‌ ଷ୍ଟୋରକୁ ଉନ୍ମୋଚନକରି ଆମେ ବେଶ୍‌ ଖୁସି ଅଛୁ। ଏପରିକି ଆମର ସମସ୍ତ ଅଂଶୀଦାର ମଧ୍ୟ କମ୍ପାନୀର ଉକ୍ତ ବ୍ରାଣ୍ଡ୍‌ ଷ୍ଟୋରରେ ସ୍ବଦେଶୀ ଉତ୍ପାଦିତ ପ୍ରାମା ସୁରକ୍ଷା ଉତ୍ପାଦର ବ୍ୟାପକ ପରିସରକୁ ଅନୁଭବ କରିପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି।

Share