ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ

ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍‌ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ ଭିଡିଓ ଶେୟାର କରି ନିଜ ମତ ରଖୁଥିବା ଦେଖାଯାଇଛି। ପ୍ରକୃତି ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଘଟଣାକୁ ଲଜ୍ଜାଜନକ କହିଥିବାବେଳେ ଏବେ ବାବୁସାନ ମଧ୍ୟ ଏକ ଭିଡିଓ ଶେୟାର କରି ମୋତେ କେହି ବ୍ଲାକମେଲ କରିନାହାନ୍ତି ବୋଲି କହିଛନ୍ତି।
ବାବୁସାନ ନିଜ ପରିବାରର ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ପ୍ରକୃତି ମୋର ଭଲ ସାଙ୍ଗା। ନା ସେ ମୋତେ ହଇରାଣ କରୁଛନ୍ତି, ନା ମୋତେ କେହି ବ୍ଲାକମେଲ କରୁଛି। ସେ ମୋତେ ବହୁତ ଭଲ ସହଯୋଗ କରୁଛନ୍ତି।
ସେପଟେ ବାବୁସାନଙ୍କ ପୂର୍ବରୁ ପ୍ରକୃତି ଏକ ଭିଡିଓ ଶେୟାର କରି କହିଛନ୍ତି, କାଲି ମୋ ସହ ଯାହା ଘଟିଲା ତାହା ଲଜ୍ଜାଜନକ। ମୁଁ ସାହାଯ୍ୟ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ମୋତେ ରିଲ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ କରିଦେଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି। ହେଲେ କେହି କାହାଘର ଭାଙ୍ଗିପାରେନା। ଏହା ପୂର୍ବରୁ ଭାଙ୍ଗିଯାଇଛି। ଯଦି ବାବୁସାନ କାମ କରିବା ଭଲ ଲାଗୁନି ତେବେ ତାଙ୍କ ବେକରେ ଶିକୁଳି ବାନ୍ଧି ଘରେ ରଖିଦିଅ। ବାହାରକୁ କାଇଁ ଛାଡୁଛ। ଜଣେ ଝିଅକୁ ଟଣାଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି। ମୁଁ ଆଗକୁ ଆହୁରି ଭଲ କରିବି। ନାଁ କମାଇବି। ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ ।
ସୂଚନାଯୋଗ୍ୟ, ଶନିବାର ବାବୁସାନଙ୍କ ସ୍ତ୍ରୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ। ସେ ପ୍ରକୃତିଙ୍କ ଉପରକୁ ସର୍ବସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ। ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରକୃତିଙ୍କ ବାପା-ମା’ ଖାରବେଳନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହିପରି ତୃପ୍ତି ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହ ଥାନାରେ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri