ପ୍ରହଲ୍ଲାଦନଗରରେ ବୋମା ମାଡ଼: ଗାଈ ସହ ଜଣେ ଆହତ

ବ୍ରହ୍ମପୁର, ୫।୪: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗରରେ ସୋମବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି । ୪ଟି ବୋମା ଫୁଟି ଏକ ଗାଈ ସମେତ ସାହିର ସମୀର ଜେନା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ବୋମା ଫୁଟାଇଥିବା ଅଭିଯୁକ୍ତ ତଥା ପାଣ୍ଡବ ନଗରର ଯୁବକ ଆଶୀର୍ବାଦ ବୁକା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ପହଞ୍ଚି ସାହିରୁ ବୋମା ଟୁକୁଡା ଜବତ କରିବା ସହ ଆହତ ଗାଈ ଓ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲା । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି । ଅଭିଯୁକ୍ତ ଆଶୀର୍ବାଦକୁ ଧରିବାକୁ ପୋଲିସ ତୁରନ୍ତ ତାଙ୍କ ଘରେ ଚଢଉ କରି ଏକ ଖଣ୍ଡା ଜବତ କରିଛି ।