Posted inଖେଳ

ପ୍ରଗତି ସ୍ପୋର୍ଟିଂ-ରାମେଶ୍ୱର ଯୁଗ୍ମ ବିଜେତା

ଭୁବନେଶ୍ୱର,୩ା୪(ସ୍ପୋଟର୍‌ସ ବ୍ୟୁରୋ) : ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ପ୍ରବଳ ବର୍ଷା କାରଣରୁ ରାମେଶ୍ୱର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ୩୦ ଓଭରରେ ୮ ଉଇକେଟ ହରାଇ ୧୬୬ ରନ୍‌ କରିଥିଲା।

ଶୁଭାଶିଷ ମଲିକ୍‌ ୫୮ ଓ ସ୍ନେହାଶିଷ ଚୌଧାରୀ ୪୨ ରନ୍‌ କରିଥିଲେ। ପ୍ରଗତି ପକ୍ଷରୁ ଅସୀମ ବରାଡ଼ ୨ ଉଇକେଟ ନେଇଥିଲେ। ଜବାବରେ ୧୦ ଓଭର ସୁଦ୍ଧା ପ୍ରଗତି ସ୍ପୋର୍ଟିଂ ୧ ଉଇକେଟରେ ୪୦ ରନ୍‌ କରିଥିବା ବେଳେ ବର୍ଷା କାରଣରୁ ଖେଳ ବନ୍ଦ ରହିଥିଲା। ଆଉ ଖେଳ ସମ୍ଭବ ନ ହେବାରୁ ଅମ୍ପାୟର ଏବଂ ଆୟୋଜକଙ୍କ ପକ୍ଷରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଶୁଭାଶିଷ ମଲିକଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।

ଅମନ ଦାସଙ୍କୁ ଶ୍ରେଷ୍ଠ ବ୍ୟାଟର, ଅସୀମ ବରାଡ଼ଙ୍କୁ ଶ୍ରେଷ୍ଠ ବୋଲର ଏବଂ କାର୍ତ୍ତିକ ନାୟକଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବେ ଘୋଷଣା କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ଶିବ ପ୍ରସାଦ ବେହେରା, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ୍‌ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ରଥ, ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ଚୟନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲିକ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁଶୀଲ ପରିଡ଼ା ଓ ରବୀନ୍ଦ୍ର ନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri