ଭୁବନେଶ୍ୱର,୩୧।୭: ଭାଜପା ରାଜ୍ୟ ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବାସୁଦେବପୁର ଭାଜପା ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ସହ ଆସିଥିଲେ ପ୍ରୟାସକାନ୍ତି। ପ୍ରୟାସକାନ୍ତି ସାମଲ ଭାଜପା କାର୍ଯ୍ୟାଳୟରେ ଉପସ୍ଥିତି ନେଇ ଚର୍ଚ୍ଚା ବଢିଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ଏବେ ସେ ପଦ୍ମ ଧରିବେ ବୋଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ କି ପ୍ରୟାସକାନ୍ତିଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ଆସିନାହିଁ।


