ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ

ଗଞ୍ଜାମ,୧୪।୪,(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡ ପର୍ବ l ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ ପୁଣି ଚର୍ଚ୍ଚାକୁ ଆସିଯାନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ କୁମାର ପଣ୍ଡା l ଗଞ୍ଜାମ ଜିଲାର ଦଣ୍ଡନାଟ ଯାତ୍ରାରେ ତାଙ୍କ ନିଖୁଣ, ଜୀବନ୍ତ ଅଭିନୟ ପାଇଁ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛନ୍ତି। ଗଞ୍ଜାମ ସହ ସହରର ଦୂର୍ଗାଦେବୀ ସାହି ବାସିନ୍ଦା ପ୍ରଦୀପ କୁମାର ପଣ୍ଡା ପେସାରେ ଜଣେ ସାମ୍ବାଦିକ, ସମାଜସେୀ ଓ ନିଶା ତାଙ୍କର ଅଭିନୟ l ସେ ହିଞ୍ଜିଳିକାଟୁ ଦଣ୍ଡନାଟ ବଡ଼ପାର୍ଟିରେ ଅଭିନୟ କରୁଛନ୍ତି l ବରିଷ୍ଠ ନିର୍ଦ୍ଦେଶକ ଚିରଞ୍ଜିବି ସାହୁଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ
‘ହା କୃଷ୍ଣ ବୋଲି ଯାଉ ମୋ ଜୀବନ’ରେ ଖଳନାୟକ ଭାବେ ନନ୍ଦଲାଲ ଭୂମିକାରେ ସେ ଅଭିନୟ କରୁଛନ୍ତି I ଜଣେ ବଡ଼ପଣ୍ଡାଙ୍କ ପୁଅ ହୋଇବି ଦୁର୍ଦ୍ଧାନ୍ତ ଖଳନାୟକ ଭୂମିକାକୁ ଜୀବନ୍ତ ରୁପ ଦେଉଛନ୍ତି । ସେ ମଞ୍ଚକୁ ଆସିବା ମାତ୍ରେ ଲୋକଙ୍କ ପ୍ରଶଂସା ସାଉଁଟିବା ସହ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ଅଭିନୟ ଜଗତରେ ଯେତେ
ଦୁର୍ଦ୍ଧାନ୍ତ ଖଳନାୟକ ହେଲେବି ପ୍ରଦୀପ ବାସ୍ତବରେ ଜଣେ ଶାନ୍ତ, ଶିଷ୍ଟ ଓ ମିଷ୍ଟାଭାସି ସାମ୍ବାଦିକ ରୂପେ ପରିଚିତ। ଅନେକ ତାଙ୍କ କଳାର ଭୂୟସୀ ପ୍ରଶଂସା କରିଥିଲେ l ଆମ ପ୍ରତିନିଧି ତାଙ୍କ ସହ ଭେଟି କିଛି କଥା ସାଉଣ୍ଟିଥିଲେ। ପିଲାବେଳୁ ଅଭିନୟ ପ୍ରତି ତାଙ୍କର ରହିଛି ଦୁର୍ବଳତା l ୨୦୦୮ ମସିହାରେରେ ଗଞ୍ଜାମ ଏନଏସିରେ ସ୍ବାୟତ ଶାସନ ଦିବସରେ ଫୁଲ ବଉଳ ବେଣୀ ନାଟକରେ ପ୍ରଥମେ ଖଳନାୟକ ଭୂମିକାରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ପରେ ସହର ଓ ଆଖିପାଖ ଅଞ୍ଚଳରେ ବିଭିନ୍ନ ମଞ୍ଚରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ବିଶେଷକରି ଫଗୁଣ ଦେଇଛି ପହିଲି ଚିଠି, ଖରାପ ଝିଅର ଗପ, ରାମ ବନବାସ କାହାଣି ଶେଷ, ଭୁଲତୋର ଭୋଗୁଛି ମୁଁ, ବରଣୀ କନ୍ୟା ବର୍ଷା ରାଣୀ, ପର ହୋଇଗଲା ପଣତ କାନି, କିଏ କାନ୍ଦି ନାହିଁ ହାତ ଟେକ, ସେ ଗୋଟେ ଭୁଲ ପାଇଁ, ପ୍ରମୁଖ
ବହିରେ ଖଳନାୟକ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା। ଗତ ସାତ ବର୍ଷ ଧରି ସେ କମାପଲ୍ଲୀ ଦଣ୍ଡକାଳି ଯାତ୍ରାରେ ଅଭିନୟ କରିଆସୁଥିଲେ l ଚଳିତ ବର୍ଷ ହିଞ୍ଜିଳିକାଟୁ ବଡ଼ ପାର୍ଟିରେ ସେ ଅଭିନୟ କରୁଛନ୍ତି l ମଞ୍ଚଉପରକୁ ଆସିବା ମାତ୍ରେ ଦର୍ଶକଙ୍କ ଏପରି ଆକ୍ରୋଶ ହେବା ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି ସେ କହିଛନ୍ତି । ଏହା ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଏପରି ଶେଷ ଜୀବନ ପର୍ଯ୍ୟନ୍ତ ରହୁବୋଲି ସେ କହିଛନ୍ତି । ପ୍ରଦୀପ ବର୍ତ୍ତମାନ ଗଞ୍ଜାମ କଳା ସଂସ୍କୃତିକ ମଞ୍ଚର ଜଣେ ବରିଷ୍ଠ କଳାକାର ଓ କର୍ମକର୍ତା ଅଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ସାରେ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri