ଏବେ ନିୟନ୍ତ୍ରଣରେ, ଆଗକୁ କ’ଣ ହେବ କହିବା କଷ୍ଟକର; ରୁହନ୍ତୁ ସତର୍କ-ସଚେତନ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇ ନ ପାରେ। ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ବିଫଳ ହେଲେ ଅନ୍ୟ ପ୍ରଭାବିତ ରାଜ୍ୟଗୁଡ଼ିକ ଭଳି ପରିସ୍ଥିତି ଉପୁଜିପାରେ। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଶନିବାର ଖବରଦାତା ସମ୍ମିଳନୀରେ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି, ଦ୍ୱିତୀୟ ଲହର ଏତେ ଭୟଙ୍କର ହେବ ବୋଲି ଆଶା କରି ନ ଥିଲୁ। ଏବେ ଦେଶର ୮୦ ପ୍ରତିଶତ କେସ୍‌ ୮ କିମ୍ବା ୯ ରାଜ୍ୟରୁ ଆସୁଛି। ହେଲେ ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି। ଶୁକ୍ରବାର ରାଜ୍ୟରେ ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ହୋଇଛି। ତେବେ କୋଭିଡ୍‌ ନିୟମ ପାଳନ କଲେ ଏହାକୁ ନିୟନ୍ତ୍ରଣ କରିହେବ। ଏଥିପାଇଁ ମାସ୍କ ପିନ୍ଧନ୍ତୁ, ବଜାର ଗଲେ ସଚେତନ ରୁହନ୍ତୁ ବୋଲି ସେ କହିଛନ୍ତି।

ଏହାଛଡ଼ା ରାଜ୍ୟରେ ଟେଷ୍ଟିଂକୁ ବୃଦ୍ଧି କରାଯାଇଛି ବୋଲି ସେ କହିବା ସହ ଆଗାମୀ ଦିନରେ ୨୫ହଜାର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ଲକ୍ଷ୍ୟ ରହିଥିବା କହିଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼ ସୀମା ସିଲ କରି ସଂକ୍ରମଣ ନିୟନ୍ତ୍ରଣ ଲାଗି ଚେଷ୍ଟା କରିଛୁ। ଦେଶର ସ୍ଥିତି କେଉଁ ଆଡକୁ ଯିବ, କେହି ଆକଳନ କରିପାରୁନାହାନ୍ତି। ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ। ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ୍‌ ଅବସ୍ଥାରେ ରହିଛୁ। ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିହେଉନାହିଁ। ଏବେ ୩୩% ସାଧାରଣ ବେଡ୍‌, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। କୌଣସି ହସ୍ପିଟାଲରେ ଯେପରି ସିଲିଣ୍ଡର ଖାଲି ରହିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ହୋଇଥିବା ସଚିବ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ

ପୁରୀ ଅଫିସ,୧୪।୧୦: ଆସନ୍ତା ୧୮ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏଥିସହ ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ...

କୋଭିଡ୍‌ରେ ମୃତ ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପରିବାରକୁ ମିଳିବ ମାସିକ ସହାୟତା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ଲଢ଼େଇରେ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଭୂମିକା ନେଉଛନ୍ତି। ଇତିମଧ୍ୟରେ ଏହି କୋଭିଡ୍‌ ଯୋଦ୍ଧାଙ୍କ ଜୀବନ ମଧ୍ୟ ଗଲାଣି। ପୂର୍ବରୁ ଏମାନଙ୍କ...

ଅନିଶ୍ଚିତତା ମଧ୍ୟରେ ଆଗଉଛି ରଥକାମ

ଢେଙ୍କାନାଳ ଅଫିସ,୧୬ା୬ ଢେଙ୍କାନାଳ ସହରର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ରଥଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବା ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ବର୍ତ୍ତମାନ ସୁଦ୍ଧା ଜାରି...

ଭୁବନେଶ୍ୱରରେ ଶିଶୁକନ୍ୟା ବିକ୍ରି

ଭୁବନେଶ୍ୱର,୧୦।୧୧ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ମା’ବାପା ନିଜ ଶିଶୁଙ୍କୁ ବିକ୍ରି କରିବା ଭଳି ସ୍ପର୍ଶକାତର ଘଟଣା ବାରମ୍ବାର ଘଟୁଛି। ମଙ୍ଗଳବାର ବଡ଼ଗଡ଼ ଥାନାଞ୍ଚଳରୁ ୩ବର୍ଷର ଜଣେ ଶିଶୁକନ୍ୟାଙ୍କୁ ଚାଇଲ୍ଡଲାଇନ୍‌...

ସରକାରୀ ଚାକିରି ଲାଗି ବୟସସୀମା ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରି କ୍ଷେତ୍ରରେ ବୟସସୀମା ୪୩ରୁ ୪୪ କରାଯାଉ। ଏହାଦ୍ୱାରା ବେକାରିମାନଙ୍କୁ ନିଯୁକ୍ତି ମିଳିପାରିବ। ଦୀର୍ଘ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା...

ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାରର ନୂଆଖାଇଁ ଭେଟ୍‌ଘାଟ୍‌

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ରବିବାର ମୁମ୍ବାଇର ସ୍ବତନ୍ତ୍ରବୀର ସାବରକର ଅଡିଟୋରିୟମଠାରେ ୧୩ତମ ନୂଆଖାଇଁ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପରିଚାଳନା କମିଟିର...

ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା

ଭୁବନେଶ୍ୱର, ୮।୬(ବ୍ୟୁରୋ): ଆଠଗଡ଼ ଡିଭିଜନରେ ଐତିହ୍ୟ ପ୍ରାଣୀ ହାତୀ ଯେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ତାହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା...

ଆଦିବାସୀଙ୍କ ନାମରେ ଟଙ୍କା ହଡ଼ପ

ନୀଳଗିରି,  ୧।୭ (ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଆଦିବାସୀଙ୍କ ନାମରେ ଜବକାର୍ଡ଼ ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ବରହମପୁର...

Advertisement
Archives

Model This Week