ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି। ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ନିଷ୍ପତ୍ତି ହୋଇଛି। ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ତେବେ ଏଯାବତ୍‌ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Image
ନିଜ ଜାତି ଛାଡି ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ୧୨ ବର୍ଷ ପାଇଁ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ  ନବରଙ୍ଗପୁର ଏମ୍‌ପି ତଥା ବିଜେଡି ନେତା  ପ୍ରଦୀପ  ମାଝୀ । ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟିର ଏକ ବୈଠକ ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିଲା,ଏହି ବୈଠକରେ ପୂର୍ବତନ ଏମ୍‌ପି ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା । ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ସମାଜର କେହି ଯୋଗ ଦେବେ ନାହିଁ ବୋଲି ନିଷ୍ପତି ନିଆଯାଛି।
ସୂଚନା ଅନୁଯାୟୀ,  ଗତ ୧୨ ତାରିଖ ଗୋଆର ପଞ୍ଜୀମ କେଡିନା ହାଉସଠାରେ କେନ୍ଦ୍ରାପଡା ଜିଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ତେବେ ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ  ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଭାତରା କେନ୍ଦ୍ରୀୟ କମିଟି  । ତେବେ ପ୍ରଦୀପଙ୍କ ଏହି ବିବାହ ଦ୍ୱାରା ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ କମିଟି ସଦସ୍ୟ। ଏଥିପୂର୍ବରୁ ମଧ୍ୟ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କୁ  ଏକ ବ୍ରାହ୍ମଣ ପରିବାରରେ  କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରାଇଥିଲେ। ଏଥିରୁ ପ୍ରଦୀପ ନିଜ ଜାତି ପ୍ରତି ଘୃଣାଭାବ ରଖିଥିବା ଏବଂ ନିଜକୁ ଜଣେ ସର୍ବେସର୍ବା ଭାବୁଥିବା ଅଭିଯୋଗ କରିଛି କେନ୍ଦ୍ରୀୟ କମିଟି । ପ୍ରଦୀପଙ୍କ ଏହି ମାଙ୍ଗଳିକ କାର୍ଯ୍ୟଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଆଦିବାସୀ ଭତରା ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri