ପ୍ରଭାତ ବିଶ୍ୱାଳ ବନାମ ନୟନ ମହାନ୍ତି

କଟକ,୮ା୧୨ (କାର୍ତ୍ତିକ ସାହୁ): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କଟକ ରେଳ ଷ୍ଟେଶନର ଦ୍ୱିତୀୟ ପ୍ରବେଶ ପଥକୁ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ସଭାରେ ବିଜେଡି ନେତା ତଥା ବିଧାୟକ ସୌଭିକ୍‌ ବିଶ୍ୱାଳ କହିଛନ୍ତି, ତାଙ୍କ ବାପା ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରାଜପଥରୁ ରେଳଷ୍ଟେଶନ ସଂଯୋଗୀ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ଭବ ହୋଇଥିଲା। ଡ. ବିଶ୍ୱାଳ ନିରନ୍ତର ଭାବେ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ଯୋଗାଯୋଗ କରି ଅଧିଗୃହୀତ ହେବାକୁ ଥିବା ଜମିର ମାଲିକଙ୍କୁ ବୁଝାଇ ଏହି ମହତ୍‌ କାର୍ଯ୍ୟ କରିପାରିଛନ୍ତି। ଏଥିସହ ନବୀନ ପଟ୍ଟନାୟକ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ ମୋଟା ଅଙ୍କର ଅର୍ଥ ଯୋଗାଇ ଦେଇଥିଲେ। ସୌଭିକ୍‌ଙ୍କ ଏଭଳି କଥାରେ ତାଙ୍କ ସମର୍ଥକମାନେ କରତାଳି ଦେଇ ମାହୋଲକୁ ଉଷ୍ମ କରିଦେଇଥିଲେ। ସୌଭିକ ବକ୍ତବ୍ୟ ପ୍ରଦାନ କରି ଫେରିବା ପରେ ଭାଜପା ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ବିଧାୟକ ସୌଭିକ୍‌ଙ୍କ କାନ୍ଧ ଥାପୁଡ଼ାଇ ଦେଇ ପୋଡ଼ିୟମ ନିକଟକୁ କହିବାକୁ ଯାଇଥିଲେ। ସେ ସୌଭିକ୍‌ଙ୍କ ଶ୍ରେୟ ହାତେଇ ନେବା ଉଦ୍ୟମକୁ ଲିଭାଇବାର ଚେଷ୍ଟା କରିଥିଲେ। ଭାଜପା ନେତା ନୟନ କିଶୋର ମହାନ୍ତିଙ୍କ ଉଦ୍ୟମକ୍ରମେ ଏହି ଅଞ୍ଚଳର ଯାହା କିଛି ଉନ୍ନତି ହେଉଛି ବୋଲି ସେ କହିଥିଲେ। ଜମି ଅଧିଗ୍ରହଣ ସିନା ହୋଇଗଲା, ହେଲେ କିଛି ଆଗେଇ ପାରି ନ ଥିଲା। ମୋହନ ମାଝୀଙ୍କ ସରକାର ଆସିବା ପରେ ୨ୟ ପ୍ରବେଶ ପଥ କାମ ହେଲା ବୋଲି କହିବାରୁ ପୁଣି ତାଳିରେ ସଭାସ୍ଥଳ କମ୍ପିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri