୨ଟି ପାର୍ଟରେ ରିଲିଜ୍‌ ହେବ ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସମୟରେ ଫିଲ୍ମ ସହ ଜଡିତ ଏକ ବଡ ଖବର ଆସିଛି। ବାସ୍ତବରେ ପ୍ରଭାସ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପ୍ରୋଜେକ୍ଟ କେ’ ଦୁଇଟି ଭାଗରେ ମୁକ୍ତିଲାଭ କରିବ। ଫିଲ୍ମର ପ୍ରଥମ ଭାଗ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ଏହି ଫିଲ୍ମରେ ଦୀପିକା ପ୍ରଥମ ଥର ପାଇଁ ପ୍ରଭାସଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଫିଲ୍ମକୁ ଦୁଇ ଭାଗରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକଳ୍ପର ଦୃଷ୍ଟିକୋଣ ଏବଂ ପ୍ଲଟ ପଏଣ୍ଟ ଏତେ ବଡ଼ ଯେ ନିର୍ମାତା ଏହାକୁ ୨ ଭାଗ ବିଶିଷ୍ଟ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାହୁବଳୀ ଫିଲ୍ମ ପରି ଏହାର ୨ଟି ପାର୍ଟ ହେବ। ‘ପ୍ରୋଜେକ୍ଟ କେ’ ଭାରତୀୟ ସିନେମାର ସବୁଠାରୁ ବଡ ଚଳଚ୍ଚିତ୍ର ହେବ ବୋଲି କୁହାଯାଉଛି।

Share