୬ ପ୍ରକଳ୍ପ ହାତେଇଛି ପାଓ୍ବାରଗ୍ରୀଡ୍‌

ନୂଆଦିଲ୍ଲୀ,୨୫ା୩: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ (ଏସ୍‌ପିଭି) ଅର୍ଜନ କରିଥିବା ଜଣାପଡ଼ିଛି। ଏପରିକି ବହୁ ପ୍ରତିଯୋଗିତା ପରେ ବିଭିନ୍ନ ଟ୍ରାନ୍ସମିସନ ସିଷ୍ଟମ୍‌ ପ୍ରୋଜେକ୍ଟ ପାଇଁ ୬ଟି ପ୍ରକଳ୍ପର ସଫଳ ବିଡର ଭାବେ ପାୱାର ଗ୍ରୀଡ୍‌ ମନୋନୀତ ହୋଇଛି। ବିଶେଷକରି ବିଭିନ୍ନ ଘରୋଇ କ୍ଷେତ୍ରର ଖେଳାଳିଙ୍କ ସହ ମିଶିବା ଏବଂ ଶୁଳ୍କ ଆଧାରିତ ପ୍ରତିଯୋଗିତାରେ ସଫଳ ବିଡର ଭାବେ ଉଭାହୋଇଛି। ସେହିଭଳି ଆର୍‌ଇସି ପାଓ୍ବାର ଡେଭଲପମେଣ୍ଟ ଆଣ୍ଡ କନ୍‌ସଲଟାନ୍ସି ଲିମିଟେଡ୍‌ ଦ୍ୱାରା ପରିଚାଳିତ ଟିବିସିବି ବିଡିଂ ପ୍ରକ୍ରିୟାରେ ସାମିଲ ହୋଇ ପାଓ୍ବାରଗ୍ରୀଡ୍‌ ଉକ୍ତ ପ୍ରକଳ୍ପ ହାତେଇଛି। ଭାରତ ସରକାରଙ୍କ ଦ୍ୱାରା ସୂଚିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଉକ୍ତ ପ୍ରୋଜେକ୍ଟ ଏସ୍‌ପିଭିଗୁଡ଼ିକରେ ଖାଭ୍‌ଡା ଆର୍‌ଇ ଟ୍ରାନ୍ସମିସନ ଲିମିଟେଡ୍‌, କେପିଏସ୍‌୨ ଟ୍ରାନ୍ସମିସନ୍‌ ଲିମିଟେଡ୍‌,କେପିଏସ୍‌୩ ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଖାଭ୍‌ଡା ୨-ବି ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଖାଭ୍‌ଡା ୨-ସି ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଇଆର୍‌ଡବ୍ଲ୍ୟୁଆର୍‌ ଟ୍ରାନ୍ସମିସନ୍‌ ଲିମିଟେଡ୍‌ ଅନ୍ତର୍ଭୁକ୍ତ ରହିଛି। ଏପରିକି ପ୍ରଥମ ୫ଟି ପ୍ରକଳ୍ପ ଏସ୍‌ପିଭି ଗୁଜରାଟ ରାଜ୍ୟରେ ଟ୍ରାନ୍ସମିସନ ସିଷ୍ଟମ ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପଗୁଡ଼ିକ ୧୫,୦୦୦ ଏମ୍‌ଭିଏ ଏବଂ ୭୬୫ କେଭି/ଡିସିର ପରିବର୍ତ୍ତନ କ୍ଷମତା ସହ ତିନୋଟି ୭୬୫ କେଭି ସବ୍‌-ଷ୍ଟେଶନ ପ୍ରତିଷ୍ଠା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri