ଆକ୍ରାନ୍ତ ହରାଇବେ କଥା କହିବା ଶକ୍ତି: କରୋନାର ନୂଆ ଭାରିଆଣ୍ଟ ନେଇ ଆତଙ୍କ…

ନୂଆଦିଲ୍ଲୀ,୨୫।୧୨ : ଦୀର୍ଘ ଦିନର ବିରତି ପରେ କରୋନା ମହାମାରୀ ପୁଣି ଥରେ ଦେଶରେ ବ୍ୟାପିବାରେ ଲାଗିଲେ। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ନୂଆ ଭାରିଆଣ୍ଟ ଜେଏନ.ବ ନେଇ ଲୋକଙ୍କ ଲାଗି ଚେତାବନୀ ଜାରି କରିଛି। ଏପରିସ୍ଥଳେ ଏକ ଅଧ୍ୟୟନ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧ୍ୟୟନରେ ଏହା ଦାବି କରାଯାଇଛି କରୋନାର ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ ସଂକ୍ରମିତ କରିପାରେ। ଏହା ଦ୍ୱାରା ଆକ୍ରାନ୍ତ ନିଜର କଥା କହିବା ଶକ୍ତି ହରାଇବାର ଆଶଙ୍କା ରହିଛି।

ଅପରପକ୍ଷରେ, ଦେଶରେ କରୋନାର ସବ-ଭାରିଆଣ୍ଟ ଜେଏନ.୧ (ବିଏ.୨.୮୬.୧.୧)ର ୨୨ଟି ମାମଲା ନିଶ୍ଚିତ ହୋଇଛି। ଜେନୋମ ପରୀକ୍ଷଣରୁ ଜଣାପଡିଛି ୯୦ ପ୍ରତିଶତ ମାମଲା କରୋନାର ଏକ୍ସବିବି ଭାରିଆଣ୍ଟ କାରଣରୁ ହୋଇଛି। ଦେଶରେ ଜେଏନ.୧ ମାମଲା କମ ରହିଛି।

ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁଣମ ଖେତରପାଲ ସିଂ କହିଛନ୍ତି କରୋନା ଭାଇରସ କ୍ରମାଗତ ଭାବରେ ବିକଶିତ ତଥା ପରିବର୍ତ୍ତିତ ହୋଇ ବିଶ୍ୱର ସମସ୍ତ ଦେଶରେ ବ୍ୟାପୁଛି। ଯଦିଓ ସାମ୍ପ୍ରତିକ ପ୍ରମାଣରୁ ଜଣାପଡିଛି ଜେଏନ.୧ ଜନସ୍ବାସ୍ଥ୍ୟ ପାଇଁ ସାମାନ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି ଏହାର ଭାଇରସର ବିବର୍ତ୍ତନ ଉପରେ ନଜର ରଖି ସେହି ଅନୁଯାୟୀ ଆମର ପ୍ରତିକ୍ରିୟାକୁ ଅନୁକୂଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଦେଶଗୁଡିକ ପାଇଁ ତଦାରଖ ଏବଂ ଜେନୋମ କ୍ରମକୁ ମଜବୁତ କରିବା ଏବଂ ତଥ୍ୟ ମଧ୍ୟ ଅଂଶୀଦାର କରିବା ଆବଶ୍ୟକ। ଭାରତରେ କରୋନାଭାଇରସ ରୋଗର କ୍ରମାଗତ ବୃଦ୍ଧି ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି।

କରୋନା ଭାଇରସର ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ କ୍ଷତି ପହଞ୍ଚାଇପାରେ। ଏହାର ପ୍ରଭାବରେ ଆକ୍ରାନ୍ତ କଥା କହିବା ଶକ୍ତି ହରାଇ ପାରନ୍ତି। ଏହା ଏକ ଅନୁସନ୍ଧାନରେ ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ସଂକ୍ରମଣ ଗଳାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ଭୋକାଲ ପାରାଲିସିସ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri