ବକେୟା ବିଲ୍‌ ନଦେବାରୁ ପୁରା ଗାଁର ବିଦ୍ୟୁତ୍‌ ଠପ୍‌ କରିଦେଲା TPSODL, ପୋଡମପେଟ୍ଟାରେ ତୀବ୍ର ଉତ୍ତେଜନା

ଗଞ୍ଜାମ, ୨୩।୧୦(ଅଖିଳ ତରାଇ):  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ମସ୍ୟଯିବି ଗ୍ରାମ ପୋଡ଼ମପେଟ୍ଟାରେ ଟିପିଏସ୍‌ଓଡିଏଲ(TPSODL)ର ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ବକେୟା ବିଲ, ମିଟର ଟ୍ୟାମ୍ପରିଂ ଥିବା ଉପଭୋକ୍ତାଙ୍କୁ ଦଣ୍ଡ ଦେବାକୁ ଯାଇ ସମଗ୍ର ଗ୍ରାମର ବିଦ୍ୟୁତ ସରବରାହ ଠପ କରିଦିଆଯାଇଛି। ଫଳରେ ବୁଧବାର ସନ୍ଧ୍ୟାରୁ ଗ୍ରାମରେ ବିଦ୍ୟୁତ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମବାସୀମାନେ  ଅଭିଯୋଗ କରିଛନ୍ତି ଯେ କେବଳ ବକେୟା  ଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ଉଚିତ ଥିଲା, କିନ୍ତୁ ଟିପିଏସ୍‌ଓଡିଏଲ୍‌ ସମଗ୍ର ଗ୍ରାମକୁ ଅନ୍ଧକାରରେ ରଖିଛି। ଏହା ଅନ୍ୟାୟ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେମାନେ କହିଛନ୍ତି  ଯେ, ସମୁଦ୍ରକୁ ମାଛ ମାରିବାକୁ ଗଲେ ଆମ ପରିବାର ଚଳୁଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅଲିଭରିଡ଼ଲେ କଇଁଛ ଅଣ୍ଡା ଦାନ ସମୟରେ ୭ ମାସ ସମୁଦ୍ରକୁ ବାରଣ କରାଯାଉଛି। ସ୍ମାର୍ଟ ମିଟର ବସିବା ପରେ ବିଦ୍ୟୁତ ବିଲ୍‌ ଅଧିକ ଆସୁଛି, ଯାହା ଗରିବ ମସ୍ୟଜିବୀଙ୍କ ପକ୍ଷରେ ଏକ ସମୟରେ ଦେବା ସମ୍ଭବ ହେଉ ନାହିଁ। କେବଳ ବକେୟା ଉପଭୋକ୍ତାଙ୍କ ସଂଯୋଗ ବିଚ୍ଛିନ୍ନ କରାଯାଉ ଏବଂ ଗ୍ରାମର ବିଦ୍ୟୁତ ସରବରାହ ତୁରନ୍ତ ପୁନଃସ୍ଥାପନ କରାଯାଉ।
ଏ ନେଇ ଟିପିସିଓଡିଏଲ ଅଧିକାରୀ କହିଛନ୍ତି ଗ୍ରାମରେ ଯାଇ ବିଭିନ୍ନ ସମୟରେ ବକେୟା ବିଲ୍‌, ମିଟର ଟ୍ୟାମ୍ପରିଂ,ଚୋରୀ ଆଦି ନେଇ ସଚେତନତା କରି ବକେୟା ବିଲ ଟଙ୍କା ପୈଠ ପାଇଁ ବାରମ୍ବାର  କହିଲେ ସୁଦ୍ଧା ଗ୍ରାମର ୧୫୦ ଊର୍ଦ୍ଧ୍ୱ ପରିବାର ପୈଠ କରିନାହାନ୍ତି ।  ଉପରିସ୍ଥ ଅଧିକାରୀଙ୍କ ଆଦେଶ ପ୍ରକାରେ ଆମେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଛୁ । ଯାହା ଆଦେଶ ଆସିବ ତାହା ଆମେ ପାଳନ କରିବୁ। ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟୁତ ସରବରାହ ପୁନଃସ୍ଥାପନ  ନହେଲେ ଗଞ୍ଜାମ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri