‘ବିଜୁଳି ତ ନାହିଁ, ବିଲ୍‌ ଦେବୁ କାହିଁପାଇଁ’

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି ଲୋକେ। ଗ୍ରୀଷ୍ମଦିନ ଆରମ୍ଭରୁ ଦିନର ୨୪ ଘଣ୍ଟା ମଧ୍ୟରୁ ୧୬ରୁ ୧୭ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି I ବିଦ୍ୟୁତ ବିଭାଗ ଟାଟା କମ୍ପାନୀକୁ ଯିବା ପରେ ଲୋକେ ଉତ୍ତମ ଗୁଣବତ୍ତା ସେବା ପାଇବେ ବୋଲି ଆଶା କରିଥିଲେ। ହେଲେ ଟାଟା କମ୍ପାନୀ ବିଦ୍ୟୁତ ବିଭାଗର ଦାୟିତ୍ୱ ନେବା ପରେ ବିଦ୍ୟୁତ ଦେୟ ପରିମାଣ ବଢ଼ିଲା ସିନା ଉପଯୁକ୍ତ ବିଦ୍ୟୁତ ସେବା ମିଳିଲା ନାହିଁ। ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଜନଆକ୍ରୋଶ ତୀବ୍ର ହେବାରେ ଲାଗିଛି I ବାରମ୍ବାର ବିଦ୍ୟୁତ କାଟ ଯୋଗୁ ବ୍ଲକର ଦୁର୍ଗମ ଅଞ୍ଚଳରେ ଚୋରି ଓ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନେକ ଛୋଟବଡ଼ ବିଦ୍ୟୁତ ଚାଳିତ କଳକାରଖାନା ବନ୍ଦ ହୋଇଯାଇଛି I ସେହିପରି ବୃଦ୍ଧ ବୃଦ୍ଧା , ରୋଗୀ ଓ ଶିଶୁମାନେ ବିଦ୍ୟୁତକାଟ ଯୋଗୁ ଅସ୍ତବ୍ୟସ୍ତ ହେଉଛନ୍ତି। ଦିନତମାମ ବିଦ୍ୟୁତ କାଟ୍‌ ଲାଗି ରହିଥିବାରୁ ଗରିବମାନେ ବିଦ୍ୟୁତ ସଂଯୋଗ ଥାଇ ବି ଅନ୍ଧାର ମଧ୍ୟରେ କାଳ କାଟୁଛନ୍ତି I ଦିନ ଓ ରାତିସାରା ଲୋକେ ପ୍ରବଳ ଗରମରେ ସିଝୁଥିବା ବେଳେ ମଶାକାମୁଡ଼ା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି I ଅନ୍ୟ ପଟେ ବିଭାଗୀୟ ମନ୍ତ୍ରୀ ମହାଶୟ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ରହୁଛି। କେବେ କେବେ ଯୋଗାଯୋଗ ହେଲେ ବି ସାର ଫୋନ ଉଠାନ୍ତି ନାହିଁ ।

ଏଣୁ ବିଦ୍ୟୁତସେବା ଅନୁପାତରେ ହିଁ ବିଦ୍ୟୁତ ବିଲ ଦେବାକୁ ଜନସାଧାରଣ ମନସ୍ତ କରିଛନ୍ତି I ଏପରିକି “ବିଜୁଳି ନାହିଁ ତ ବିଲ ଦେବୁ କାହିଁ ପାଇଁ” ଓ “ଲାଞ୍ଜିଗଡ଼ ଅଞ୍ଚଳକୁ ୨୪X୭ ନିରନ୍ତର ବିଦ୍ୟୁତ ଯୋଗାଉ ଥିବାରୁ ବିଦ୍ୟୁତ ବିଭାଗକୁ ଅଶେଷ ଅଶେଷ ଧନ୍ୟବାଦ” ଶୀର୍ଷକ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି I ଏପରି ହେଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗର ରାଜସ୍ବ ଓ ଆୟ ଆଶାତୀତ ଭାବେ ହ୍ରାସ ପାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି I ଏଣୁ ସମୟ ଥାଉଣୁ ବିଦ୍ୟୁତ ବିଭାଗ ବିଦ୍ୟୁତସେବା ଓ ବିଦ୍ୟୁତ ଯୋଗାଣରେ ସୁଧାର ନଆଣିଲେ କମ୍ପାନୀକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ଜୋର ଧରିଛି I


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri