ବିଦ୍ୟୁତ ବିଭ୍ରାଟ ବୃଦ୍ଧି: ସବଷ୍ଟେଶନ ନିର୍ମାଣରେ ବିଳମ୍ବ

ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢୁଛି। ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁ ଉପଭୋକ୍ତାମାନେ ହଟହଟା ଭୋଗୁଛନ୍ତି । ବିଦ୍ୟୁତ ବିଭ୍ରାଟକୁ ନଜରରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ୨୦୧୩ ମସିହାରେ ରାଜ୍ୟରେ ୩ଟି ସ୍ଥାନରେ ପ୍ରଥମ ଥର ପାଇଁ ସ୍ମାର୍ଟ ମଡେଲ ସବଷ୍ଟେଶନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା । ସେଥିରେ ସିମନବାଡି ଅଗ୍ରଣୀ ତାଲିକାରେ ରହିଥିଲା । କୌଣସି କାରଣରୁ ତାହା ସେହିବର୍ଷ ଆରମ୍ଭ ହୋଇପାରି ନ ଥିଲା। ପରବର୍ତ୍ତୀ ୨୦୨୩ ଅର୍ଥାତ ଗୋଟିଏ ଦଶନ୍ଧି ପରେ ସିମନବାଡି ଠାରେ ସବଷ୍ଟେଶନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସୁଦ୍ଧା ଉକ୍ତ କାର୍ଯ୍ୟ ବିଳମ୍ବରେ ଚାଲିଛି। ଫଳରେ ଉକ୍ତ ଫିଡ଼ରରେ ଥିବା ୮ ପଞ୍ଚାୟତକୁ ଆଜି ସୁଦ୍ଧା ନୂଆ ସବଷ୍ଟେଶନରୁ ବିଦ୍ୟୁତ ସଂଯୋଗ ହୋଇପାତିନାହିଁ। ଏହି ସବଷ୍ଟେଶନରୁ ସିମନବାଡି, କିରିକୁଟି ଏବଂ ବୁଡ଼ାଗୁଡା ୩ଟି ଫିଡ଼ର ବାହାରିବ। ଫଳରେ ଆଉ ବିଦ୍ୟୁତ ସମସ୍ୟା ଉପୁଜିବନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁ ବିଳମ୍ବ ଯୋଗୁ ଉପଭୋକ୍ତା ନିୟମିତ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ନୂଆ ସବଷ୍ଟେସନ ନିର୍ମାଣ କରୁଥିବା ଠିକା କମ୍ପାନୀର ପ୍ରକଳ୍ପ ପରିଚାଳକ ବିକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସବଷ୍ଟେସନ କାର୍ଯ୍ୟ ସରିଛି ବିଦ୍ୟୁତ ସଂଯୋଗ ସହ ଟେଷ୍ଟିଂ ଶେଷ ହୋଇଛି। କେବଳ ସେଠାରେ ୧୧ କେଭି ବିଦ୍ୟୁତ ପାଇଁ ଫିଡ଼ର କାର୍ଯ୍ୟ ସରିଲେ ଖୁବଶୀଘ୍ର ନୂଆ ୩୩ କେଭି ସବଷ୍ଟେଶନରୁ ଉପଭୋକ୍ତା ଉତ୍ତମ ସେବା ପାଇପାରିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri