୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବରଗଡ଼ ଜିଲା ଅନ୍ତର୍ଗତ ଅମ୍ବାଭୋନା, ବଡମାଲ, ଭୁକ୍ତା, ଡୁଙ୍ଗୁରୀ, କପାସିରା, ଲଖନପୁର, ରୁଚିଦା, ସମ୍ବାବରୀ, ବରମୁଣ୍ଡା, ବେଲମୁଣ୍ଡା, ବିଜେପୁର, ଧୁମାପାଲି, ଘେଁସ, ଜାମୁଟପାଲୀ, ଜାରିଙ୍ଗ, ଯୋଖିପାଲୀ, ଖରମୁଣ୍ଡା, କୁଚିପାଲି, କୁଣ୍ଡାଖାଇ, ଲାଉମୁଣ୍ଡା, ଲେଖାପଦର, ମେଲଛାମୁଣ୍ଡା, ସାଇପାଲି, ସରଗିବାହଲ ଆଦି ଅଞ୍ଚଳ ଓ ଏହାର ଆଖାପାଖ ଅଞ୍ଚଳରେ ଆସନ୍ତା ୧୭ ତାରିଖ ବୁଧବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ସମସ୍ତ ବିଦ୍ୟୁତ ଉପଭୋକ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଛନ୍ତି ।

 

Dharitri – Odisha’s No.1 Odia Daily

 

 

Share