ବିକିଦେଲେ କିନ୍ତୁ ଟାଟା ପାରୁନି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଇଦେବା ପାଇଁ ଘରୋଇ କମ୍ପାନୀକୁ ଭରସା କରାଯାଉଛି। ଘରୋଇ ସଂସ୍ଥା ରିଲାଏନ୍ସ ଏନର୍ଜି ଲୁଟ୍‌ କରି ଛାଡ଼ି ଚାଲିଯିବା ପରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ରାଜ୍ୟର ବିଦ୍ୟୁତ୍‌ ବଣ୍ଟନ ଭାର ଟାଟା ପାଓ୍ବାର ହାତକୁ ଟେକି ଦେଇଛନ୍ତି। ରିଲାଏନ୍ସଠାରୁ ଧୋକା ଖାଇବା ପରେ ଓଇଆରସି ୨୦୨୦ ଜୁନ୍‌ ୧ରେ ଟାଟା ପାଓ୍ବାରକୁ ସେସୁ ଏବଂ ୨୦୨୧ ଜାନୁୟାରୀ ପହିଲାରେ ଓ୍ବେସ୍‌କୋ ଓ ସାଉଥ୍‌କୋକୁ ଚଳାଇବାକୁ ଅନୁମତି ଦେଇଛନ୍ତି। ବିଦ୍ୟୁତ୍‌ କାଟକୁ ଦେଖିଲେ ଟାଟା ପାଓ୍ବାର ମଧ୍ୟ ହାତ ଟେକି ଦେଇ ବସିଛି। ଗରମଠାରୁ ବଳିଯାଇଛି ଅଘୋଷିତ ବିଦ୍ୟୁତ୍‌ କାଟ। ଗ୍ରାମାଞ୍ଚଳ କଥା ଦୂରେ ଥାଉ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଉନ୍ନତମାନର ବିଜୁଳି ମିଳିବା ସମ୍ଭବ ହୋଇପାରୁନି। ଉପଭୋକ୍ତାଙ୍କୁ ପୂର୍ବଭଳି ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଓ ଲୋ ଭୋଲଟେଜ୍‌ ଭଳି ସମସ୍ୟାରେ ଘାଣ୍ଟି ହେବାକୁ ପଡୁଛି। ଘରୋଇ କମ୍ପାନୀର କାର୍ଯ୍ୟଦକ୍ଷତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ସ୍ମାର୍ଟ ମିଟର ଲଗାଇବା, ବିଲ୍‌ ଆଦାୟରେ ବ୍ୟସ୍ତ ଥିବା
ଏହି ଘରୋଇ କମ୍ପାନୀ ବିଦ୍ୟୁତ୍‌ ଯୋଗାଣରେ ଫେଲ୍‌ ମାରିଛି ବୋଲି ବିଦ୍ୟୁତ୍‌ ଶ୍ରମିକ ମହାସଂଘ ଅଭିଯୋଗ କରିଛି।
ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ବିଦ୍ୟୁତ୍‌ କାଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସୋମବାର ଲୋକସେବା ଭବନରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ସିଇଓଙ୍କୁ ଡାକି ତାଗିଦ୍‌ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟକୁ ରୋକିବା ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡିସକମ୍‌ଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଏହାଦ୍ୱାରା ବିଦ୍ୟୁତ୍‌ ବିଭ୍ରାଟ ହେବାର ଆଶଙ୍କା ରହିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ବିଜ୍‌ନେସ୍‌ ଆସୋସିଏଟ୍ସ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଡିସକମ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଚଳାଇବା ଆବଶ୍ୟକ। ପର୍ଯ୍ୟାପ୍ତ ମାନବସମ୍ବଳ ଏବଂ ଉପକରଣ ଯଥା ପୋଲ୍‌ ଇରେକ୍ଟର/ ପୋଲ୍‌ ମାଷ୍ଟର, ଡିଜି ସେଟ୍‌, ଇନଫ୍ଲେଟେବଲ୍‌ ଟାୱାର ଲାଇଟ୍‌ ଇତ୍ୟାଦି କାର୍ଯ୍ୟ ପାଇଁ ପାଳିରେ ଡ୍ୟୁଟି କରିବା ଆବଶ୍ୟକ। ବଣ୍ଟନକମ୍ପାନୀରେ ରହିଥିବା ଡିଭିଜନ, ସବ୍‌ଡିଭିଜନଏବଂ ସେକ୍ସନଗୁଡ଼ିକର କାର୍ଯ୍ୟଦକ୍ଷତା ନିୟମିତ ଭାବେ ତଦାରଖ କରାଯିବା ସହ ବ୍ୟବସ୍ଥାରେ ଥିବା ଅକ୍ଷମତାକୁ ଦୂର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମସ୍ୟା ଥିଲେ ଉପଭୋକ୍ତାଙ୍କୁ ଆଗୁଆ ସୂଚନା ଦେବା ଦରକାର। ତେବେ ଏଭଳି ପରିସ୍ଥିତିକୁ ଏଡ଼ାଇବା ସହ ସର୍ବନିମ୍ନ ସ୍ତରକୁ ହ୍ରାସ କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।
ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ପ୍ରାକ୍‌ ମୌସୁମୀ ଗଛ କାଟିବା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଶକ୍ତି ବିଭାଗ ଡିସକମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି; ଯାହାଦ୍ୱାରା ବାତ୍ୟା ଓ କାଳବୈଶାଖୀଜନିତ କ୍ଷୟକ୍ଷତିକୁ କମ୍‌ କରାଯାଇପାରିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ଉନ୍ନତମାନର ଇନ୍‌ସ୍ୟୁଲେଟର ଲଗାଇବା ଏବଂ କ୍ଷତିଗ୍ରସ୍ତ ଇନସ୍ୟୁଲେଟରଗୁଡ଼ିକୁ ବଦଳାଇବାକୁ ଡିସକମ୍‌ଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ପ୍ରବଳ ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ଡିସକମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆସନ୍ତା ୧୫ ବର୍ଷର ବିଦ୍ୟୁତ୍‌ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିଶନ୍‌ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଓପିଟିସିଏଲ୍‌ ଓ ବଣ୍ଟନ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମ୍‌ମାନଙ୍କୁ ୩ରୁ ୫ ବର୍ଷ ପାଇଁ କ୍ୟାପେକ୍ସ ପ୍ଲାନ୍‌ ଦାଖଲ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଆଦି ମହାନଗର ନିଗମ ଓ ପୌରାଞ୍ଚଳ ଆଦି ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋଡ୍‌ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଡିସକମ୍‌ଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ବଣ୍ଟନ କମ୍ପାନୀ ସିଇଓମାନେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ୍‌ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମ୍‌ର କ୍ଷମତା ବୃଦ୍ଧି କରାଯାଇଛି। ତେବେ ଭିତ୍ତିଭୂମି ଉନ୍ନତି ପାଇଁ କ୍ୟାପେକ୍ସ ପ୍ରସ୍ତାବ ଅନୁମୋଦନରେ ବିଳମ୍ବ ହେଉଥିବା ସିଇଓମାନେ ବୈଠକରେ ଅବଗତ କରାଇଥିଲେ। କ୍ୟାପେକ୍ସ ଯୋଜନା ଅଧୀନରେ ବିଭିନ୍ନ ସିଷ୍ଟମ୍‌ ଉନ୍ନତି କାର୍ଯ୍ୟ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ଓଇଆରସି ଏହାକୁ ତତ୍ପରତାର ସହ ଆବଶ୍ୟକ ଅନୁମୋଦନ କରିବା ପାଇଁ ଅନୁରୋଧ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ ଅବସରରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଡିସକମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଓଇଆର୍‌ସିର ନିର୍ଦ୍ଦେଶକ(ନିୟାମକ), ଡିସକମ୍‌ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର, ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ( ଫାଇନାନ୍ସ ଓ କର୍ପୋରେଟ୍‌ ବ୍ୟାପାର) ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri