Posted inଜାତୀୟ

ଶିବସେନା ଭାଙ୍ଗିବାରେ ପଓ୍ବାରଙ୍କ ହାତ, ନୂଆ ଅଭିଯୋଗ…

ମୁମ୍ବାଇ, ୧୩।୭ : ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏକନାଥ ଶିନ୍ଦେଙ୍କ ଦଳର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ଶିବସେନା ଭାଙ୍ଗିବା ପଛରେ ଶରଦ ପୱାରଙ୍କ ହାତ ରହିଛି।

ନାରାୟଣ ରାଣେ ଏବଂ ରାଜ ଠାକରେଙ୍କ ବିଦ୍ରୋହ ସମ୍ପର୍କରେ ସେ କହିଛନ୍ତି ଯେ ଏହି ନେତାଙ୍କ ପଛରେ ଶରଦ ପୱାର ଥିଲେ।  ଏବେ ଶରଦ ପୱାର ବାଲାସାହେବ ଠାକରେଙ୍କ ସମ୍ମାନ ବିଷୟରେ କହୁଛନ୍ତି। ସେ ମହାରାଷ୍ଟ୍ରର ଲୋକଙ୍କୁ ଉତ୍ତର ଦେବା ଉଚିତ ଯେ ବାଲାସାହେବ ଠାକରେଙ୍କୁ ଜୀବିତ ଥିବାବେଳେ କାହିଁକି ପ୍ରତାରିତ କରାଯାଇଥିଲା।

ଏକ ମରାଠୀ ଚ୍ୟାନେଲ ସହ  ବାର୍ତ୍ତାଳାପରେ ଶରଦ ପୱାରଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଶିବସେନା ଏବଂ ଏନସିପି ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ପୱାର ନାରାୟଣ ରାଣେଙ୍କୁ ଶିବସେନାରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଛଗନ ଭୁଜବଲଙ୍କୁ ଶରଦ ପୱାର ନିଜେ ଶିବସେନାରୁ ବାହାର କରିଥିବା ସେ ଅଭିଯୋଗ କରିଛନ୍ତିି। ଏହା ବ୍ୟତୀତ ରାଜ ଠାକରେଙ୍କ ପଛରେ ମଧ୍ୟ ତାଙ୍କର ସମର୍ଥନ ଥିଲା। ପଓ୍ବାର ଶିବସେନାକୁ ଦୁଇ ଥର ଭାଙ୍ଗିଥିବା ଦୀପକ ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ଶରଦ ପୱାରଙ୍କର ଏକ ବଡ଼ ସ୍ଥିତି ରହିଛି ଏବଂ ଏକନାଥ ଶିନ୍ଦେ ଦଳ ଦ୍ୱାରା ତାଙ୍କ ଉପରେ ସିଧାସଳଖ ସମାଲୋଚନା ଦ୍ୱାରା ଏକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ତେବେ କେସରକରଙ୍କ ଅଭିଯୋଗକୁ ନେଇ ଏପର୍ଯ୍ୟନ୍ତ ଏନସିପି ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ।

ବାଲାସାହେବ ଠାକରେଙ୍କୁ ମନେ ପକାଇ କେସରକର କହିଛନ୍ତି, ବାଲାସାହେବ କଂଗ୍ରେସ-ଏନସିପି ସହ ଯିବାକୁ ରାଜି ହୋଇ ନ ଥିଲେ। ବାଲାସାହେବ  କହୁଥିଲେ ଯେ ମୁଁ ମୋ ଦଳର ଶେଷ ବ୍ୟକ୍ତି ହେଲେ  ବି କଂଗ୍ରେସ ସହିତ ଯିବି ନାହିଁ। ଏକନାଥଙ୍କ ସମର୍ଥକ ନେତା କହିଛନ୍ତି ଯେ ସେଥିପାଇଁ ଶିବ ସୈନିକମାନେ କେବେହେଲେ ଶରଦ ପାୱାରଙ୍କ ସହ ରହିବେ ନାହିଁ।

ଦୀପକଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ନୂଆ ଅଭିଯୋଗର ଅଧ୍ୟାୟ ଆରମ୍ଭ ହେବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri